ରାଣୀପୁର ଝରିଆଲରେ ନିର୍ଝରିଣୀର ସାରସ୍ଵତ ସମାବେଶ

(ପ୍ରସାଶନିକ ଉଦାସୀନତା ହିଁ ରାଣୀପୁର ଝରିଆଲକୁ ଶ୍ରୀହୀନ କରିଛି)

କଣ୍ଟାବାଞ୍ଜି : (ଆଜତକ୍ ଓଡ଼ିଶା) କଣ୍ଟାବାଞ୍ଜୀର ଅଗ୍ରଣୀ ଅନୁଷ୍ଠାନର ୧୧ତମ ବାର୍ଷିକ ସାରସ୍ୱତ ସମାବେଶ ସୋମେଶ୍ୱର ଶୈବପୀଠ ରାଣୀପୁର ଝରିଆଲରେ ଅନୁଷ୍ଠିତ ହୋଇଥିଲା।ସର୍ବ ପ୍ରଥମେ ସୋମେଶ୍ୱର ବାବାଙ୍କ ଠାରେ ପୂଜାର୍ଚ୍ଚନା କରିବା ପରେ ସଭା ଆରମ୍ଭ ହୋଇଥିଲା।ପ୍ରଥମ ପର୍ଯ୍ୟାୟ ବହୁଭାଷୀ କବିତା ପାଠୋତ୍ସବରେ ଶିଶୁ ସାହିତ୍ୟିକ ଡ.ଯୁଗଳ କିଶୋର ଷଡ଼ଙ୍ଗୀ, ସଭାପତି, ଶ୍ରୀ ବିଷ୍ଣୁ ଚରଣ ସାହୁ, କ୍ଷେତ୍ର ଅଧିକାରୀ, ପ୍ରସାର ବିଭାଗ ଭାରତ ସରକାର ମୁଖ୍ୟ ଅତିଥି, ଡା.ଶର୍ମିଳା ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ସଂଯୋଜିକା ସୁଶ୍ରୀ ସବିତା ଭୋଇ, ଅଂଜଳି ମାଝୀ ଓ ସାଧବୀ ସାହୁଙ୍କ ସଂଯୋଜନାରେ ଶତାଧିକ କବି ସ୍ୱରଚିତ କବିତା ପାଠ କରିଥିଲେ।ଦ୍ବିତୀୟ ପର୍ଯ୍ୟାୟରେ ଅନୁଷ୍ଠାନର ସଭାପତି ଅଧ୍ୟାପକ ତଥା ଅଧ୍ୟକ୍ଷ ଶ୍ରୀ ସତ୍ୟବ୍ରତ ମିଶ୍ରଙ୍କ ସଭାପତିତ୍ୱରେ ପଦ୍ମଶ୍ରୀ କୈଳାସ ଚନ୍ଦ୍ର ମେହେର, ମୁଖ୍ୟ ଅତିଥି, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ,ମୁଖ୍ୟବକ୍ତା,ଶ୍ରୀ ମାଣିକ ଜୈନ, ଶ୍ରୀ କ୍ଷୀରସିନ୍ଧୁ ଭୋଇ, ଶ୍ରୀ ମୃତ୍ୟୁଞ୍ଜୟ ତ୍ରିପାଠୀ, ଶ୍ରୀ ଲକ୍ଷ୍ମୀଧର ମାଝୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ଅନୁଷ୍ଠାନର ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ଦାଶ ସ୍ୱ।ଗତ ଅଭିଭାଷଣ ଓ ବାର୍ଷିକ ବିବରଣୀ ପ୍ରଦାନ କରିବା ବେଳେ ଶ୍ରୀ ଜ୍ୟୋତିପ୍ରକାଶ ଗଡ଼ତ୍ୟା ମଂଚ ପରିଚାଳନା କରିଥିଲେ।ଜ୍ୟୋର୍ତିବିଦ ତଥା କବି ଲକ୍ଷ୍ମୀଧର ମାଝୀଙ୍କ ପାଂଚଖଣ୍ଡ ପୁସ୍ତକ ଯଥା ସିଦ୍ଧ ଶୈବ କ୍ଷେତ୍ର, ଚଉଷଠୀ ଯୋଗିନୀ ପୀଠ,ଶ୍ରୀ ଚଉତିଶା, ଅଭୁଲା ପ୍ରେମ,ସପ୍ତରଂଘ,ଡ.ଗୋବର୍ଦ୍ଧନ ସାହୁଙ୍କ କଅଁଲି ପତର ଶିଶୁ କଥାନି,ଶ୍ରୀ ବେଦାନ୍ତ ସାହୁଙ୍କ ରାଣୀପୁର ଝରିଆଲ ସୋମ ତନ୍ତପୀଠ ପୁସ୍ତକ ଉନ୍ମୋଚିତ ହୋଇଥିଲା।ପୁସ୍ତକ ସମୀକ୍ଷା ପରେ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ।ସମସ୍ତଙ୍କ ମତରେ ପ୍ରଶାସନିକ ଉଦାସୀନତା ହିଁ ରାଣୀପୁର ଝରିଆଲକୁ ଶ୍ରୀହୀନ କରିଛି।ଓଡ଼ିଶାରେ ଦୁଇଟି ଚଉଷଠୀ ଯୋଗିନୀ ପୀଠ ଅଛି ହେଲେ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ହୀରାପୁର ଠାରେ ଆନ୍ତର୍ଜାତୀୟ ଉତ୍ସବ ପାଳିତ ହେଉଥିବା ବେଳେ ରାଣୀପୁର ଝରିଆଲ ଅବହେଳିତ ହୋଇ ପଡିଛି।ଯଦି ଏହାକୁ ବିଶ୍ବ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ସହିତ ଉନ୍ନତି ମୂଳକ କାର୍ଯ୍ୟ ଆରମ୍ଭ କରାଗଲେ ଏହି ଅଂଚଳର ଜୀବନ ଜୀବିକାର ବିକାଶ ହୋଇ ପାରନ୍ତା।ତାପରେ ବିଭିନ୍ନ ଦିଗରେ କାର୍ଯ୍ୟ କରୁଥିବା ପ୍ରତିଭାଧାରୀଙ୍କୁ ଯଥା ନାଟ୍ୟଭୂଷଣ ଜଗଦାନନ୍ଦଛୁରିଆ, ଶ୍ରୀ ଧ୍ରୂବ ଚରଣ ଘିଭେଲା,ଶ୍ରୀ ନୀଳମଣି ସାହୁ,ଅଶୋକ କୁମାର ସାହୁ, ଡା.ଅଶୋକ କୁମାର ସେଠୀ, ସୁଧାକର ସାହୁ, ଡ.ଲକ୍ଷ୍ମୀ ନାରାୟଣ ଦାଶ,ସୁଧାକର ଚିନ୍ଦା,ଶ୍ରୀ ଲିଙ୍ଗରାଜ ଚିନ୍ଦା, ଶ୍ରୀମତୀ ଯାଜ୍ଞସେନୀ ହୋତା, ଶ୍ରୀମତୀ ଦିପ୍ତୀରାଣୀ ସିଂହ, ସ୍ୱପ୍ନେଶ୍ୱର ମିଶ୍ର, ଗିରୀଶ ଚନ୍ଦ୍ର ମିଶ୍ର, କୁଞ୍ଜ ବିହାରୀ ସରାପ,ବ୍ରଜ ମୋହନ ମେହେର,କେକୀ ସିଂ ଭୋଇ,ରାଜମଣୀ ସାହୁ,ଦିଲ୍ଲୀପ କୁମାର ପଶାୟତ,ହାସ୍ୟ ଅଭିନେତା ଦୀନବନ୍ଧୁ ବଗର୍ତ୍ତୀ ଆଦିଙ୍କୁ ମାନପତ୍ର, ସ୍ମୃତିଫଳକ ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଡ.ନାରାୟଣ ମିଶ୍ର, ଉମେଶ ବେହେରା, ରମେଶ ବାରିକ, ଥମିର ଛତ୍ରିଆ, ପ୍ରେମରାଜ ପାଣିଗ୍ରାହୀ, ରବି ନାରାୟଣ ତ୍ରିପାଠୀ, ମମତା ପଣ୍ଡା, ଡ.ସୁବାଷ ମାଝୀ, ଅର୍ଜୁନ ମାଝୀ, ଅନନ୍ତ ବାଗ ଓ ମନ୍ଦିର କମିଟିର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।

Post a Comment

Previous Post Next Post