ଭଏସ ଅଫ ସୁବର୍ଣ୍ଣପୁର ପ୍ରତିଯୋଗିତାରେ ୭୦ବର୍ଷିୟ ଗାୟକ ପ୍ରଥମ


ସୁବର୍ଣ୍ଣପୁର (ଗଣପତିବାଘ) ସୁବର୍ଣ୍ଣପୁର ଜିଲ୍ଲା ଭଏସଅଫ ସୁବର୍ଣ୍ଣପୁର କମିଟି ପକ୍ଷରୁ ସ୍ଥାନିୟ ପୁରୁଣା ଟାଉନ ହଲ ଠାରେ ପଶ୍ଚିମ ଓଡିଶାର ସୁନାମଧନ୍ୟ ଗାୟକ ସ୍ବର୍ଗତ ଫକିର ପଟ୍ଟନାୟକ ଙ୍କ ସ୍ମୃତିରେ ଭଏସ ଅଫ ସୁବର୍ଣ୍ଣପୁର  ସଙ୍ଗିତ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ା ଏହି ଅବସରରେ ପ୍ରାରମ୍ଭିକ ପର୍ଯ୍ୟାୟରେ  ଅନୁଷ୍ଠାନ ସଭାପତି ଶିବପ୍ରସାଦ ଗୁରୁ ଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ପରିଚାଳକ ମନୋଜକୁମାର ବାରିକ ଓ ମାଭଞ୍ଜନ ମିଶ୍ର ଆୟୋଜିତ କାର୍ଯ୍ୟକ୍ରମ  କୁ ପରିଚାଳନା କରିଥିଲେ ା  ଏଥିରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୁର୍ଯ୍ୟନାରାୟଣ ଦାସ ମୁଖ୍ୟଅତିଥିଭାବରେ ଯୋଗଦେଇ ଆଧୁନିକ ପିଢୀର ଯୁବ ସଙ୍ଗିତ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ ା ଅନ୍ୟମାନଙ୍ଗ ମଧ୍ୟରେ  ପୌରାଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ , ନାଟ୍ୟଶ୍ରୀ ଗଦାଧର ବାରିକ, ବିଶିଷ୍ଟ ସମାଜସେବୀ ଶ୍ରିବତ୍ସ ମଲ୍ଲିକ,ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ ା ଏହି ପ୍ରତିଯୋଗିତାରେ ଜିଲ୍ଲାର ୫୪ ଜଣ ପ୍ରତିଯୋଗୀ ଭାଗନେଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ସେଥିମଧ୍ୟରୁ ୧୫ଜଣ ପ୍ରତିଯୋଗୀ ଙ୍କୁ ଚୟନ କରାଯାଇଥିଲା ା ପରେ ଚୁଡାନ୍ତ ପର୍ଯ୍ୟାୟରେ ୫ଜଣ କୃତି ପ୍ରତିଯୋଗି ଙ୍କୁ ଭଏସ ଅଫ ସୁବର୍ଣ୍ଣପୁର ଘୋଷଣା କରାଯାଇଥିବା ବେଳେ ବିଶିଷ୍ଟ ଷୋଳଭରନି ବାଦ୍ୟକାର ସ୍ବର୍ଗତ ପୁରନ୍ଦର ବାରିକଙ୍କ ସ୍ମୃତିରେ ପ୍ରଥମ ପୁରଷ୍କାର 
ମ୍ମାନରେ ସୁବର୍ଣ୍ଣପୁର ଜିଲ୍ଲାର ଜଣେ ୭୦ ବର୍ଷିୟ ଅଭିଜ୍ଞ ଗାୟକ ହୃଷିକେଶ ସାହୁଙ୍କୁ ସମ୍ମାନୀତ କରାଯାଇଥିଲା, ଯୁବପ୍ରତିଭା ଅଭିଳାଷ ମିଶ୍ର ଙ୍କୁ ପଶ୍ଚିମ ଓଡିଶାର ସୁନାମଧନ୍ୟ ବିଶିଷ୍ଟ ଗାୟକ ସ୍ବର୍ଗତ ବୃନ୍ଦାବନ ନାଏକଙ୍କ ସ୍ମୃତିରେ ଦ୍ବିତୀୟ ପୁରଷ୍କାର ପ୍ରଦାନ କରାଯାଇଥିବା ବେଳେ  ଯୁବକଳାକାର ଅମିତ ଷଡଙ୍ଗି ଙ୍କୁ ବରିଷ୍ଠ ମଞ୍ଚକଳାର ସ୍ବର୍ଗତ ଜଗତରାମ ବାରିକ ଙ୍କ ସ୍ମୃତିରେ ତୃତୀୟ ପୁରଷ୍କାର ପ୍ରଦାନ କରାଯାଇଥିଲା ା ସେହିପରି ସୁଶ୍ରୀ ଶ୍ରାବଣୀ ମିଶ୍ର ଚତୁର୍ଥ ଓ ଲଲିତ ଜାମୁଡାଲିଆଙ୍କୁ ପଞ୍ଚମ ପୁରଷ୍କାର ପ୍ରଦାନ  କରି ଭଏସ ଅଫସୁବର୍ଣ୍ଣପୁର ଘୋଷଣା କରାଯାଇଥିଲା ା ଏଥିରେ ମହାଗୁରୁ ମୁଖ୍ୟ ବିଚାରକ ଭାବରେ ଓଲିଉଡର ପ୍ରଖ୍ୟାତ ସଙ୍ଗିତ ନିର୍ଦ୍ଦେଶକ ରମେଶ ମହାନନ୍ଦ ଙ୍କ ସହିତ ପ୍ରସିଦ୍ଧ ସମ୍ବଲପୁରୀ ଗାୟକ ନବୀନ କୁଅଁର , ଅନଙ୍ଗ ସାଇଦେଓ, ବେଦଶୃତି ମହାପାତ୍ର ପ୍ରମୁଖ ବିଚାରକ ମଣ୍ଡଳି ଯୋଗଦେଇ  ଥିବାବେଳେ ଶିଳ୍ପି କଳା ଅନୁଷ୍ଠାନ ସମ୍ବଲପୁରର କଳାକାର ମାନେ ବାଦ୍ୟଯନ୍ତ୍ର ରେ ବିଶେଷ ସହଯୋଗ ଜରିଥିଲେ ା ଅନୁଷ୍ଠାନର ସମ୍ପାଦକ ସନ୍ତୋଷକୁମାର ପ୍ରଧାନ, ଉପସଭାପତି ସନ୍ତୋଷକୁମାର ମିଶ୍ତ, କାର୍ଯ୍ୟକ୍ରମ ସଂଯୋଜକ ଉମେଶ କୁମ୍ଭାର, ସହ ସମ୍ପାଦକ ଗଣପତିବାଘ, ପଞ୍ଚାନନ ନାଏକ, ସୌମ୍ୟକାନ୍ତ ମିଶ୍ର, ସୌମ୍ୟରଞ୍ଜନ ସେଠି, ପ୍ରିୟବ୍ରତ ନାଏକ, ଅବିନାଶ ବାରକ, ରଞ୍ଜନ ବାରକ, ବଳରାମ ପଟ୍ଟନାୟକ, ପ୍ରମୁଖ ବିଶେଷ ସହଯୋଗ କରିଥିଲେ ା

Post a Comment

Previous Post Next Post