ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଦ୍ୱାରା ପଦୋନ୍ନତି ଆଦେଶ ପ୍ରଦାନ

 

ବୌଦ୍ଧ (ହୃଦାନନ୍ଦ ମେହେର) ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଅତିରିକ୍ତ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଘନଶ୍ୟାମ ମେହେର ଙ୍କ ଦ୍ୱାରା ତା 28/12/2022 ରିଖ ପୂର୍ବାହ୍ନ ରେ ତାଙ୍କ କାର୍ଯ୍ୟାଳୟ ରେ ତୃତୀୟ ବର୍ଗ, ଚତୁର୍ଥ ଏବଂ ପଞ୍ଚମ (କ ) ରୁ (ଖ ) ବର୍ଗ କୁ ପଦୋନ୍ନତି ପାଇଥିବା ୧୧୫ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଆଦେଶ ପ୍ରଦାନ କରାଯଇଛି ।ଏହି ଅବସରରେ ତୃତୀୟ ବର୍ଗ କୁ ବରିଷ୍ଠ ପ୍ରଧାନ ଶିକ୍ଷକ ୧ ଜଣ, ଚତୁର୍ଥ ବର୍ଗ (cat.1) କୁ ୧୦ ଜଣ ଓ (cat. 2)କୁ ୧ଜଣ,ପଞ୍ଚମ ବର୍ଗ (କ ) ରୁ (ଖ )cat. ୧ ପାଇଁ ୪୪ ଜଣ ଓ cat. ୨ପାଇଁ ୫୯ ଜଣ ଙ୍କୁ ପଦୋନ୍ନତି ପାଇଛନ୍ତି । ତେଣୁ ଶିକ୍ଷକ ମହଲରେ ଆନନ୍ଦ ପ୍ରକାଶ ପାଇଛି । ପଦୋନ୍ନତି ଆଦେଶ ପ୍ରଦାନ ସମୟରେ ଅତିରିକ୍ତ ଜ଼ିଲ୍ଲା ଶିକ୍ଷା ଅଧିକାରୀ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଖିଳ ପ୍ରଧାନ, ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ର ଉପ ସଭାପତି ଶମ୍ଭୁ ଗିରି ପ୍ରମୁଖ ଙ୍କ ସହ ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ତରଫରୁ ମୁଖ୍ୟ କିରାଣୀ ଦିଲ୍ଲୀପ କୁମାର ମେହେର, କର୍ମଚାରୀ କୁନ୍ତୀ ଦିଗାଲ, ସୁଧୀର ନାଏକ, ପ୍ରୀତିରଞ୍ଜନ ମହାଳିଙ୍ଗ, ଵାପିନା ମହାରଣା ପ୍ରମୁଖ ସହଯୋଗ କରିଥିଲେ । ସେହିପରି କଣ୍ଟାମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ତରଫରୁ ପଞ୍ଚମ ବର୍ଗ (କ ) ରୁ (ଖ ) କୁ cat. ୧ପାଇଁ ୩୩ ଜଣ ଓ cat. ୨ପାଇଁ ୩୩ ଜଣ, ଚତୁର୍ଥ ବର୍ଗ cat. ୧ପାଇଁ 5ଜଣ ଓ cat. ୨ପାଇଁ ୨ଜଣ ଓ ତୃତୀୟ ବର୍ଗ କୁ ୧ଜଣ ପଦୋନ୍ନତି ଆଦେଶ ପ୍ରଦାନ କରାଯାଇଛି । ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ତରଫରୁ ପଞ୍ଚମ ବର୍ଗ (କ ) ରୁ (ଖ ) cat. ୧ପାଇଁ ୨୪ ଜଣ ଓ cat. ୨ପାଇଁ ୪ ଜଣ, ଚତୁର୍ଥ ବର୍ଗ cat. ୧ପାଇଁ ୨ଜଣ ଓ cat. ୨ପାଇଁ ୧ଜଣ ଓ ତୃତୀୟ ବର୍ଗ କୁ 2 ଜଣ ପଦୋନ୍ନତି ପାଇଥିବା ଜଣାପଡୁଛି ।

Post a Comment

Previous Post Next Post