ବୌଦ୍ଧ (ସୁଶାନ୍ତ କୁମାର ବେହେରା) ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳେଇ ବୌଦ୍ଧ ଗସ୍ତ ରେ ଆସିଥିବା ବେଳେ ଅତିଥି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ପଦାଧିକାରୀମାନଙ୍କ ସହିତ ଜିଲ୍ଳାର ଭିତିଭୂମି ସଂପର୍କରେ ଆଲୋଚନା କରିଥିଲେ । ମହାନଦୀ ପାର୍କ ମଧ୍ୟରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଶକ୍ତି କାଫେରେ ପହଞ୍ଚି ମହିଳା ଗୋଷ୍ଠୀ ସଦସ୍ୟାମାନଙ୍କ ସହିତ ଆଲୋଚନା କରିବା ସହିତ ଲାଭାଂଶକୁ ପୁନଃ ବିନିଯୋଗ କରି ଆର୍ଥିକ ସ୍ୱାବଲମ୍ବି ହେବାକୁ ପରାମର୍ଶ ଦେଇଥିଲେ । ସମସ୍ତ କାର୍ଯ୍ୟାଳୟରେ ମୋ ସରକାର ସେଲ ଖୋଲିବା । ବିଶେଷ କରି ସମସ୍ତ ବ୍ଲକ ଏବଂ ତହସିଲରେ ଏହାକୁ ପ୍ରାଧାନ୍ୟ ଦିଆଯିବା ସହିତ ପ୍ରତିଦିନ ବିଭିନ୍ନ କାର୍ଯ୍ୟରେ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣଲୋକଙ୍କୁ ଉଚିତ ସେବା ଯୋଗାଇଦେବା ସହିତ ପାନୀୟଜଳ,ବିଶ୍ରାମ କକ୍ଷ ଆଦି ମୌଳିକ ସୁବିଧା ଯୋଗାଇଦେବାକୁ କମିଶନର ନିର୍ଦ୍ଦେଶ ଦେଇଥିଲେ । ବିଦ୍ୟାଳୟ ଗୁଡିକର ରୁପାନ୍ତରିଣ କାର୍ଯ୍ୟକ୍ରମ ଫେବୃୟାରୀ ୧୫ ତାରିଖ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦେବା ସହିତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀମାନେ ପ୍ରତ୍ୟେକ ବିଦ୍ୟାଳୟ ପରିଦର୍ଶନ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରିଦର୍ଶନ ସମୟରେ ପ୍ରତ୍ୟେକ ବିଦ୍ୟାଳୟର ପରିଶ୍ରାଗାର,ଶ୍ରେଣୀ କକ୍ଷ,ପରିଷ୍କାର ପରିଛନ୍ନତା,ସ୍ମାର୍ଟ କ୍ଲାସରୁମ ଓ ବିଦ୍ୟାଳୟକୁ ମିଳିଥିବା ଅନୁଦାନ ସଂପର୍କରେ ମଧ୍ୟ ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲାରେ ଚାଲିଥିବା ମେଗା ଉଠାଜଳସେଚନ ପ୍ରକଳ୍ପ ଗୁଡିକ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲାରେ ଶତପ୍ରତିଶତ ଚିକତ୍ସାଳୟରେ ପ୍ରସବ କରାଇବା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେବା ସହିତ ଚିକିତ୍ସାଳୟରେ ଡାକ୍ତର,ଆୟୁଷ ଡାକ୍ତର,ଷ୍ଟାଫନର୍ସ ପଦବୀ କେତେ ଖାଲି ରହିଛି ସମୀକ୍ଷା କରିଥିଲେ । ନିରାମୟ ଓ କାୟାକଳ୍ପ ଯୋଜନାର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରିବା ସହିତ ସମସ୍ତ ଚିକିତ୍ସାଳୟରେ ବିଦ୍ୟୁତ,ପାନୀୟଜଳ ଓ ପରିଶ୍ରାଗାର ସୁବିଧା ନିଶ୍ଚିତ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାବ୍ୟତୀତ ଜିଲ୍ଲା ନିବନ୍ଧକ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିବା ସହିତ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନା,ମତ୍ସ୍ୟ ପୋଖରୀ ଯୋଜନା,ବାୟୋଫ୍ଲକ,ଫାର୍ମପଣ୍ଡ,ପାଣିପଞ୍ଚାୟତ,ମିଶନ ଶକ୍ତି, ମୃତ୍ତିକା ସଂରକ୍ଷଣ,ଗ୍ରାମ୍ୟ ଉନ୍ନୟନ,ବୟନ ଶିଳ୍ପ, କୃଷି,ଉଦ୍ୟାନ କୃଷି,ଗ୍ରାମ୍ୟ ପାନୀୟଜଳ ଯୋଗାଣ,ସଂସ୍କୃତି,ଜଳସେଚନ,ଧାନମଣ୍ଡି,ଜମି ଅଧିଗ୍ରହଣ ଓ ଅନ୍ୟାନ୍ୟ ବିଭାଗର କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରି ନିର୍ମାଣାଧିନ ପ୍ରକଳ୍ପର କାମ ତ୍ୱରାନ୍ୱିତ କରି ଶୀଘ୍ର କାର୍ଯ୍ୟ ଶେଷ କରିବାକୁ ଅଧିକାରୀମାନଙ୍କୁ ତାଗିଦ କରିଥିଲେ । ସମସ୍ତ ବିଭାଗ ଜନସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବାକୁ ରାଜସ୍ୱ କମିଶନର ପରାମର୍ଶ ଦେଇଥିଲେ । ପୁର୍ତ୍ତ ବିଭାଗ ପକ୍ଷରୁ ଚାଲିଥିବା ୩ଶହ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ,କଣ୍ଟାମାଳ ତେଲନେଦୀ ସେତୁ,ବୌଦ୍ଧରେ ବସ ଟର୍ମିନାଲ ଆଦି ସମସ୍ତ ନିର୍ମାଣାଧିନ ପକଳ୍ପ ସବୁ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଏନଏସି ପକ୍ଷରୁ ଚାଲିଥିବା ମୁକ୍ତା ଯୋଜନା,ପଶ୍ଚିମା ଭବନ,ରାଜସ୍ୱ ଆଦାୟ,ଜରିଖଣ୍ଡିର ପୁନରୁଦ୍ଧାର,ବସ୍ତି ଅଞ୍ଚଳ,ଜଳାଶୟ ଆଦି ସଂପର୍କରେ ସମୀକ୍ଷା କରିଥିଲେ । ଜିଲ୍ଲାର ବିକାଶ ପାଇଁ ସମସ୍ତ ଅଧିକାରୀମାନେ ସମନ୍ୱୟ ରଖି କାର୍ଯ୍ୟ କରିବା ପାଇଁ ରାଜସ୍ୱ କମିଶନର ପରାମର୍ଶ ଦେଇଥିଲେ । ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହିତ ମିଶି ସେମାନଙ୍କ ସୁବିଧା ଅସୁବିଧା ବୁଝିଥିଲେ ଏବଂ ଠିକ୍ ଭାବରେ ନିଜର ଦାୟିତ୍ୱ ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ । ନିର୍ମାଣାଧିନ ୩ଶହ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ କାର୍ଯ୍ୟ ବୁଲି ଦେଖିବା ସହିତ ବାଉଁଶୁଣି ଚିକିତ୍ସାଳୟ ମଧ୍ୟ ପରିଦର୍ଶନ କରିଥିଲେ । ରାଜସ୍ୱ କମିଶନରଙ୍କ ସହିତ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ,ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର,ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁରଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Post a Comment