୨୦୨୨ ମସିହା ବିଦାୟ କାଳୀନ ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଶୈକ୍ଷିକ ଓ ସାମଗ୍ରିକ ବିକାଶ ଉପରେ ଆଲୋଚନା ଚକ୍ର


ହରଭଙ୍ଗା ,(ସୁଶାନ୍ତ କୁମାର ବେହେରା) ଆଜି ହରଭଙ୍ଗା ବ୍ଲକ ପିତାମ୍ବର ପୁର ପଂଚାୟତ ଅନ୍ତର୍ଗତ ପିତାମ୍ବର ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ୨୦୨୨ମସିହା ର ବିଦ୍ୟାଳୟ ର ଅତିଚ ସୃତି ଓ ଅନୁଭୂତି କୁ ନେଇ ଛାତ୍ର ଛାତ୍ରୀ ମାନଙ୍କର ଶୈକ୍ଷିକ ଓ ସାମଗ୍ରିକ ବିକାଶ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଆଲୋଚନା ଚକ୍ରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଉମା ଶଙ୍କର ପଟ୍ଟନାୟକ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିବା ସମସ୍ତ କାର୍ଯ୍ୟକ୍ରମ, ଚଳିତ ବର୍ଷ ର ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦ୍ଵାରା ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷଣ ସ୍ତରରେ ଅଭିବୃଦ୍ଧି ଏବଂ ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କର ସର୍ବ ଶ୍ରେଷ୍ଠ ଜ୍ଞାନର ଭରଣ ଏବଂ ଛାତ୍ରଛାତ୍ରୀ ମାନେ ଏହାକୁ କେତେ ପରିମାଣରେ ଗ୍ରହଣ କରିଛନ୍ତି ତାହା ଉପରେ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମଧ୍ୟରେ ଖୋଲା ଆଲୋଚନା କରିଥିଲେ । ଉକ୍ତ ଆଲୋଚନା ଚକ୍ରରେ ଛାତ୍ର ଛାତ୍ରୀ ଓ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ!ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିଚାଳନା କମିଟି ର ଉପାଧ୍ୟକ୍ଷା ରୁନୁ ଭୋଇ ଅଧ୍ୟକ୍ଷତା କରିଥିବା ବେଳେ ବିଦ୍ୟାଳୟ ର ସହକାରୀ ଶିକ୍ଷୟିତ୍ରୀ ପ୍ରିୟମ୍ବଦା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ!ବଡଦିନ ଛୁଟି ପରେ ଆସନ୍ତା ନୂତନ ବର୍ଷ ୦୨/୦୧/୨୦୨୩ରେ ବିଦ୍ୟାଳୟ ଖୋଲା ଯାଇ ନୂତନ ଆସ ଏବଂ ସମ୍ଭାବନା କୁ ନେଇ ସ୍ୱାଗତ ଉତ୍ସବ ପାଳନ କରିବାକୁ ଉକ୍ତ କାର୍ଯ୍ୟକ୍ରମ ରେ ନିଷ୍ପତି ନିଆଯାଇଥିଲା।

Post a Comment

Previous Post Next Post