ବାଲେଶ୍ଵର,(ପ୍ରଭାକର ମଲ୍ଲିକ) ବାଲେଶ୍ଵର ଜିଲ୍ଲା ବସ୍ତା ଜଳେଶ୍ଵର ଓ ବାଲିଆପାଳ ତହସିଲ ଅଞ୍ଚଳକୁ ମୟୂରଭଞ୍ଜ ଜିଲ୍ଲା ମୁରୁଡ଼ା ସମେତ ବିଭିନ୍ନ ଅଞ୍ଚଳରୁ ଦୈନିକ ରାତ୍ରି ୧୧ ଟା ପରେ ଚାଲିଛି ଶହ ଶହ ଟ୍ରିପ ଡମ୍ଫର ଚାଲାଣ ହେଉଥିବା ଅଭିଯୋଗ ହେଉଛି।ହେଲେ ପ୍ରଶାସନ ପାଖରେ କୌଣସି ଖବର ନାହିଁ।ଗତ କିଛି ଦିନ ହେଲା ମାଫିଆ ମାନେ ଚୋରା ଚାଲାଣ କରୁଛନ୍ତି।ରବିବାର ବିଳମ୍ବିତ ରାତିରେ ରସଗୋବିନ୍ଦ ଥାନା ଓ ଅମର୍ଦାରୋଡ ଫାଣ୍ଡି ସମ୍ମୁଖ ଦେଇ ଚାଲାଣ କରୁଥିବା ଦେଖି ପ୍ରଶାସନ ନୀରବ ରହିବା ସନ୍ଧେହ ସୃଷ୍ଟି କରୁଛି। ସୂଚନା ଥାଉକି ଯେ,କିଛି ଦମ୍ଫର ମାଲିକ ରାଏଲ୍ଟି ଦେଇ ମୁରମ ପରିବହନ କରୁଥିବା ବେଳେ କିଛି ମାଫିଆ ମାନେ ବିନା କାଗଜ ପତ୍ରରେ ଚୋରା ଚାଲାଣ କରୁଛନ୍ତି।ଏହି ମୋରମ ଚାଲାଣ ଦ୍ବାରା ସରକାରଙ୍କ କୋଟି କୋଟି ତାଙ୍କର ରାଜସ୍ବହାନି ହେଉଥିବା ଦେଖି ଅଭିଯୋଗ କରୁଛନ୍ତି। ତେବେ ଉଭୟ ଜିଲ୍ଲାର ପ୍ରଶାସନିକ ଅଧିକାରୀ ମାନଙ୍କ କାର୍ଯ୍ୟଦକ୍ଷତା ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରୁଛି।ଏଣୁ ମୟୂରଭଞ୍ଜ ଓ ବାଲେଶ୍ଵର ଜିଲ୍ଲା ପ୍ରଶାସନ ଯଥାଶୀଘ୍ର ଚୋରା ଚାଲାଣ କୁ ରୋକିବା ଦିଗରେ ବିହିତ ପଦକ୍ଷେପ ନେବା ସହ ସରକାରୀ ରାଜସ୍ବ ହାନୀକୁ ରୋକ ଲଗାଇବା ଦିଗରେ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Post a Comment