ଧନୁଯାତ୍ରା ର ସପ୍ତମ ସନ୍ଧ୍ୟା ମହାରାଜା କଂସଙ୍କ ଆଦେଶ ନେଇ ଅକୃର ଶ୍ରୀକୃଷ୍ଣ ଓ ବଳରାମ ଙ୍କୁ ଜଦରବାର କୁ ଆସିବାପାଇଁନିମନ୍ତ୍ରଣ


ସିନାପାଲି , (ସୁଶାନ୍ତ କୁମାର ବେହେରା) ବିରାଟ ଧନୁଯାତ୍ରା ମହୋତ୍ସବ ଧୁଙ୍ଗୀଆମୁଣ୍ଡା ର ସପ୍ତମ ରଜନୀ ରେ ମଞ୍ଚସ୍ଥ ହେଲା ମହାରାଜା କଂସ ଙ୍କ ଆଦେଶ ନେଇ ଅକୃର ଶ୍ରୀକୃଷ୍ଣ ଓ ବଳରାମଙ୍କୁ ରାଜଦରବାରରେ ଆସିବା ପାଇଁ ନିମନ୍ତ୍ରଣ ନାଟକ । ଝୁମିଳେ କଳାପ୍ରେମୀ ଦର୍ଶକ ।  ଏହି ଅବସରରେ ଆୟୋଜିତ ସାଂସ୍କୃତିକ ସଭାରେ ଅନୁଷ୍ଠାନ ର ସଭାପତି ଲମ୍ବୋଧର ଦଣ୍ଡସେନା  ଅଧ୍ୟକ୍ଷତା କରିଥିବା ବେଳେ ସାଂସ୍କୃତିକ ସମ୍ପାଦକ  ଭୃଙ୍ଗରାଜ ନାଗ, ଓ  ମଦନ ଦଣ୍ଡସେନା ମଞ୍ଚ ପରିଚାଳନା କରିଥିଲେ । ସଭାରେ ମୁଖ୍ୟ ଅତିଥି ଭାବେ ବିଜୁଜନତା ଦଳର ପୁର୍ବତନ ଜିଲ୍ଲା ପରିଷଦ ତଥା ଖଡ଼ିଆଳ ବିଧାନସଭା ନିର୍ବାଚନମଣ୍ଡଳୀ ର ବିଧାୟକ ପ୍ରାଥୀ ଶ୍ରୀଯୁକ୍ତ ଲମ୍ବୋଧର ନିଆଲ,  ୧୨ ନମ୍ବର ଜୋନ ର ଜିଲ୍ଲାପରିଷଦ ଶ୍ରୀମତି ପୁଷ୍ପାଞ୍ଜଳି ଗୁଆଲ,ଗୋର୍ଲା ପଞ୍ଚାୟତର ସରପଞ୍ଚ ଶ୍ରୀମତି ଦମୟନ୍ତୀ ଦଣ୍ଡସେନା, ନୂଆମାଲପଡା ପଞ୍ଚାୟତ ର ସରପଞ୍ଚ ପ୍ରାଥୀ ଶ୍ରୀଯୁକ୍ତ ଗଣେଶ ପୋଡ଼, ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ତଥା,କେନ୍ଦୁମୁଣ୍ଡା ପଞ୍ଚାୟତ ର ସମିତି ମେମ୍ବର ଶ୍ରୀମତି ତୁଳସା ଖର୍ସେଲ ,କୁଳିଆପାଥର ୱାର୍ଡ ମେମ୍ବର ଶ୍ରୀମତି ଲତା ଗୁଆଲ, ପ୍ରମୁଖ ଯୋଗଦେଇଥିଲେ । ଶେଷ ରେ ଅନୁଷ୍ଠାନ ର ସମ୍ପାଦକ ଦୁଷ୍ମନ୍ତ ଖର୍ସେଲ, ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ କୁ  କୁସଦେବ ଖର୍ସେଲ ,ଜିତେନ୍ଦ୍ର ଖର୍ସେଲ,  ଜିତେନ୍ଦ୍ର ନାଏକ,ହୁକୁମ ଗୁଆଲ, ଦିବ୍ୟ ଖର୍ସେଲ ,ରବି ହଂସ, ଭୂଜବଳ ହଂସ, ସୁଶାନ୍ତ ଖର୍ସେଲ, କିଶୋର ଭଇସାଲ,ମଧୁ ନାଗ, ରାଜୀବ ରାମଦୁଲା , ଆସିକ୍ୟ ସୁପକାର, ବେଣୁଧର ଦଣ୍ଡସେନା,ମହିନ୍ଦ୍ର ନାଏକ, ଭୁଜବଳ ଦଣ୍ଡସେନା, ଭିବି ହଂସ, ମହେଶ ଲିମଗୋଛିଆ ,ମାଧବ ଦଣ୍ଡସେନା ,ପିଙ୍କୁ ନାଏକ, ଜୟ ଦଣ୍ଡସେନା, ଦେବେଶ ଧାକଡ,ରାଜୁ ନାଏକ, ଚିତ୍ତରଞ୍ଜନ ଦଣ୍ଡସେନା, ରାଜୁ ହଂସ,  କୁନା ଧାକଡ, ପ୍ରମୁଖ  ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Post a Comment

Previous Post Next Post