ଖଡ଼ିଆଳ ଠାରେ ୨୦ ତମ ସର୍ଵ ଭାରତୀୟ କେ ସି ଏସ ଏ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନ

ବିଶାଖାପାଟଣା ସହ ବିଳାଶପୁର ଏବଂ ଭୁବନେଶ୍ଵର ତୌନ୍ବେବଂ ବ୍ଲୁ ଡାଇମଣ୍ଡମଧ୍ୟରେ ଅନୁଷ୍ଠିତ


ନୂଆପଡା,(ରିଖିରାମ ଦଳ) ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ଖଡ଼ିଆଳ କ୍ରିକେଟ ଷ୍ପୋର୍ଟ ଏସୋସିଏସନ ପକ୍ଷରୁ ଖଡ଼ିଆଳ ଠାରେ ୨୦ ତମ ସର୍ଵ ଭାରତୀୟ କେ ସି ଏସ ଏ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଅଛି। ଉଦଘାଟନୀ ଖେଳ ବିଶାଖାପାଟଣା ସହ ବିଳାଶପୁର ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଦ୍ବିତୀୟ ଖେଳ ଭୁବନେଶ୍ୱର ଟାଉନ ଏବଂ ବ୍ଲୁ ଡାଇମଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ରୂପେ ଖଡ଼ିଆଳ ନଗରପାଳ ଉଜ୍ଜଳ ଗୁପ୍ତା ଯୋଗ ଦେଇ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ମାନେ ଯୋଗ ଦେଇ ଉତ୍ସାହିତ କରିଥିଲେ। ବିଳାଶପୁର ନିର୍ଦ୍ଧାରିତ ୨୦ ଓଭର ରେ ୧୮୧ ରନ ସଂଗ୍ରହ କରିଥିଲେ । ଏହାର ବିପକ୍ଷରେ ବିଶାଖାପାଟଣା ୧୯ ଓଭର ରେ ୧୧୧ ରନ ସଂଗ୍ରହ କରି ସମସ୍ତ ଖେଳାଳି ପରାସ୍ତ ହୋଇଥିଲେ।ବିଳାଶପୁର ୭୦ ରନ ରେ ବିଜୟୀ ହୋଇଅଛି । ସେହିପରି ଦ୍ବିତୀୟ ମେଚ ରେ ବ୍ଲୁ ଡାଇମଣ୍ଡ ୧୫ ଓଭର ରେ ୧୦୦ ରନ ସଂଗ୍ରହ କରିଥିଲେ। ଏହାର ଜବାବ ରେ ଭୁବନେଶ୍ଵର ଟାଉନ ୧୫ ଓଭର ରେ ୧୦୬ ରନ ସଂଗ୍ରହ କରିଛନ୍ତି । ଭୁବନେଶ୍ଵର ଟାଉନ ୪ ଉଇକେଟ ରେ ବିଜୟୀ ହୋଇଛନ୍ତି। ଆୟୋଜକ କମିଟି ପକ୍ଷରୁ ସମ୍ପାଦକ ସନ୍ତୋଷ ପଟ୍ଟନାୟକ, କୋଷାଧକ୍ଷ ଟୁନା ନାଏକ, ଗୁଡୁ ପାଣିଗ୍ରାହୀ। କମିଟି ର ସମସ୍ତ କର୍ମ କର୍ତ୍ତା ସହ ଯୋଗ କରିଥିଲେ।

Post a Comment

Previous Post Next Post