ନୂଆପଡ଼ା,(ରିଖିରାମ ଦଳ) ନୂଆପଡ଼ା ଜିଲ୍ଲା କୋମନା ଥାନା ଦରଲିପଡ଼ା ପଞ୍ଚାୟତ ଅଧୀନ ସିଲଟପାଣି ନିକଟ କୋଦୋଭଟା ନାଳରେ ଚାଲୁଥିବା ବିଜୁ ସେତୁ ନିର୍ମାଣ କାମର ୨୦ କ୍ବିଣ୍ଟାଲ ଲୁହା ରଡ ଚୋରୀ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ କୋମନା ପୋଲିସ ତଦନ୍ତ କରି ଲୁହା ରଡ଼କୁ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରି କୋର୍ଟ ଚଲାଣ କରିଛି । ସିଲଟପାଣି କୋଦୋଭଟା ଗାଁ ନିକଟ ନାଳାରେ ବିଜୁ ସେତୁ ଯୋଜନାରେ ପୋଲ ନିର୍ମାଣ କାମ ଚାଲିଥିଲା । ଏହାକୁ ମା’ ଭଵାନୀ କନଷ୍ଟ୍ରକସନ କମ୍ପାନୀ ସେତୁ ନିର୍ମାଣ କାମ କରୁଥିଲା । ଗତ କିଛି ଦିନ ତଳେ କମ୍ପାନୀ କ୍ୟାମ୍ପରୁ ପୋଲ ନିର୍ମାଣରେ ବ୍ୟବହୃତ ହେବାକୁ ଥିବା ୨୦ କୁଇଣ୍ଟାଲ ଲୁହା ଛଡ଼ ଚୋରି ହୋଇଥିବା କମ୍ପାନୀ ପକ୍ଷରୁ କୋମନା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାର ଆନୁମାନିକ ମୂଲ୍ୟ ଦେଢ ଲକ୍ଷ ଟଙ୍କା ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରିଥିଲେ । ଏହି ଘଟଣାରେ କୋମନା ପୁଲିସ ତଦନ୍ତ କରି ଇଚ୍ଛାପୁର ଗାଁ ତ୍ରିଲୋଚନ ସାହୁଙ୍କ ଘରୁ ଲୁହା ରଡ଼ ଜବତ କରିଥିଲେ । ବିଜୁ ସେତୁ ନିକଟରୁ ଏକ ଟ୍ରାକ୍ଟରରେ ଲୁହ ରଡ଼କୁ ଚୋରି କରିଥିଲେ ।

Post a Comment