ହଳଦୀପଦା ବିବେକାନନ୍ଦ ଶିକ୍ଷାକେନ୍ଦ୍ର ରୌପ୍ୟଜୟନ୍ତୀ ଉଦଘାଟିତ


ବାଲେଶ୍ଵର,(ପ୍ରଭାକର ମଲ୍ଲିକ) ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ରାଇସୁଆଁ ବିବେକାନନ୍ଦ ଶିକ୍ଷ୍ୟାକେନ୍ଦ୍ରର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରୌପ୍ୟଜୟନ୍ତୀ ଉତ୍ସବ ଉଦଘାଟିତ ହୋଇଯାଇଛି।ବିଦ୍ୟାଳୟର ସମ୍ପାଦକ କ୍ଷତିଶ କୁମାର ଜେନାଙ୍କ ପୌରହିତ୍ୟରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଯୋଗଦେଇ ପ୍ରଥମେ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ ପରେ ସାଧାରଣ ସଭା ଓ ପୁରସ୍କାର ବିତରଣୀ ଉତ୍ସବକୁ ମୁଖ୍ୟଅତିଥି ରଘୁନାଥ ମହାନ୍ତି,ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରଦୀପ ଦାସ,ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ,ଅବସର ପ୍ରାପ୍ତ ଏସ.ପି,ସିବିଆଇ ଜୟନାରାୟଣ ରଣା ଓ ସମ୍ପାଦକ, ଉତ୍କଳ ଶିକ୍ଷା ପରିଷଦ,ଓଡ଼ିଶାର ଯୋଗେନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିବା ସହିତ ଅଭିଭାବକ, ଅଭିଭାବିକା, ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷା ସମ୍ପର୍କ ବିଷୟରେ ମତବ୍ୟକ୍ତ କରିଥିଲେ।ଅତିଥିମାନଙ୍କ ଦ୍ବାରା ପ୍ରଧାନ ଆଚାର୍ଯ୍ୟ ରତିକାନ୍ତ ଚୌଧୁରୀ, ସହ ଶିକ୍ଷୟତ୍ରୀ ଜ୍ୟୋସ୍ନାମଣି ରଣା ସେବିକା ବୀଣାପାଣି ଦାସଙ୍କୁ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରିଥିଲେ।ସେହିପରି ବିଦ୍ୟାଳୟର ପ୍ରଥମ ଛାତ୍ର, ତାଙ୍କ ବାପାଙ୍କୁ ଓ ବିଦ୍ୟାଳୟର ୮ ଜଣ ପୁରାତନ ଛାତ୍ରଙ୍କୁ ଓ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତିତ୍ବ ଅର୍ଜନ କରିଥିବା ଛାତ୍ର/ଛାତ୍ରୀଙ୍କୁ ମୁଖ୍ୟଅତିଥି ଶ୍ରୀ ମହାନ୍ତି ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।ମଞ୍ଚ ପରିଚାଳନା ବିଦ୍ୟାଳୟର ସମ୍ପାଦକ କ୍ଷତିଶ କୁମାର ଜେନା ପରିଚାଳନା କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ରତିକାନ୍ତ ଚୌଧୁରୀ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ, କର୍ମଚାରି ଓ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ସୁଚାରୁ ରୂପେ ପରିଚାଳନାରେ ସହଯୋଗ କରିଥିଲେ। ଶିକ୍ଷ୍ୟାକେନ୍ଦ୍ରର ସଭାପତି ଶିତିକଣ୍ଠ ସାହୁ ଦ୍ୱାରା ଅତିଥି ମାନଙ୍କୁ ସ୍ମରଣିକା,ରୌପ୍ୟଜୟନ୍ତୀ ସେବାରତ୍ନ ପ୍ରଦାନ କରାଯାଇଥିଲା ଓ ଶେଷରେ ଅତିଥି ମାନଙ୍କ ଦ୍ୱାରା ବିବେକଶ୍ରୀ ପୁସ୍ତକ ଉନ୍ମୋଚନ କରା ଯାଇଥିଲା। ଶିକ୍ଷ୍ୟାକେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଚୌଧୁରୀ ଅତିଥି ମାନଙ୍କୁ ଧନ୍ୟବାଦ ଦେବା ସହ ସଭାକାର୍ଯ୍ୟ ଶେଷ କରିବା ପରେ ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Post a Comment

Previous Post Next Post