୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକ ମୃତୁ


ବାଲେଶ୍ବର,(ପ୍ରଭାକର ମଲ୍ଲିକ) ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ତାଡ଼ଦା ଗ୍ରାମରେ ଅଘଟଣ। ବିଦ୍ୟୁତ୍ ଟ୍ରାନସଫର୍ମର କୁ ଉଠି ବିଦ୍ୟୁତ୍ ସଂଯୋଗ କରୁଥିବା ବେଳେ, ୧୧ କେଭି ବିଦ୍ୟୁତ୍ ତାର ସମ୍ପର୍କ ରେ ଆସି ଟ୍ରାନ୍ସଫର୍ମର ଉପରେ ଝୁଲନ୍ତା ଅବସ୍ଥାରେ ଯୁବକର ମୃତ । ମୃତ ଯୁବକ ଜଣକ ହେଲେ ସେହି ଗ୍ରାମର, ସୂର୍ଯ୍ୟକାନ୍ତ ବିଶ୍ଵାଳ। ତେବେ ସେ କାହିଁକି ଟ୍ରାନସଫର୍ମର କୁ ଉଠିଥିଲେ, ତାଙ୍କୁ କିଏ ଉଠିବାକୁ କହିଥିଲେ ତାହାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ । ସିଂଲା ପୋଲିସ ଖବର ପାଇ,ବିଦ୍ୟୁତ୍ ବିଭାଗ ସହାୟତରେ ମୃତ ଶରୀରକୁ ତଳକୁ ଅହ୍ଲାଇବା ସହିତ ୩୮/୨୨ ଅପମୃତ୍ ମାମଲା ରୁଜୁ କରି ,ଅଧିକ ତଦନ୍ତ ଜାରି ରଖିଛି। ସ୍ଥାନୀୟ ଅଞ୍ଚକରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ, ମୃତକଙ୍କ ପରିବାର କୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି।

Post a Comment

Previous Post Next Post