ଅଧୀନରେ ଚାଳିଶରୁ ଉର୍ଦ୍ଧ ପ୍ରକଳ୍ପ ନିର୍ମାଣ ପାଇଁ, ଆଜିଠୁ ୦୭-୧୨-୨୦୧୮ ରେ ସାମିଲ ହୋଇଥିଲା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସମ୍ପୋଜ, ରାମଗଡ଼ ଓ ଧଳପୁର ମଞ୍ଜୁର ହୋଇଥିବା ବେଳେ!ଏଥିପାଇଁ ସତର କୋଟି ରୁ ଉର୍ଦ୍ଧ ଚାରୋଟି ଟେଣ୍ଡର ଡକାଯାଇ ୧୫ବର୍ଷ ରକ୍ଷଣା ବେକ୍ଷଣ ପାଇଁ ୧୪୦କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚହେବାର ବ୍ୟୟ ବହୁଳ କରାଯାଇଥିଲା। କିନ୍ତୁ ଦୁଖଃର ବିଷୟ ଏହି ଯୋଜନାରେ ଆଜକୁ ୫ବର୍ଷ ବିତିଯିବା ଭିତରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁ ଛାଡି ଓଡ଼ିଶାର କଳାହାଣ୍ଡି, ବରଗଡ, ବଲାଙ୍ଗୀର ଗଜପତି, ଜିଲ୍ଲା ମାନଙ୍କରେ କାର୍ଯ୍ୟ ଆରମ୍ଭ ହେଉଥିବା ବେଳେ ବୌଦ୍ଧ ଜିଲ୍ଲା ଦେଇ ପ୍ରଭାଭିତ ହେଉଥିବା ଓଡ଼ିଶାର ବୃହତ୍ତମ ନଦୀ ଶଯ୍ୟାରେ ଏହି ତିନୋଟି ପ୍ରକଳ୍ପ ରାଜ୍ୟ ସରକାରଙ୍କ ବାହାରେ, ତେଣୁ କାହିଁ କି ଚାଲିଛି ରାଜ୍ୟ ସରକାରଙ୍କ ପ୍ରହସନ। ପାଞ୍ଚ ବର୍ଷ ଭିତରେ କାଗଜ କଲମ ରେ ଚାଷୀଙ୍କୁ ଭୁଆଁ ବୁଲାଉଥିବା ହରଭଙ୍ଗା ବ୍ଲକ ର ଏହି ତିନୋଟି ପ୍ରକଳ୍ପ ରାଜ୍ୟସରକାରଙ୍କ ଅନୁମୋଦନ ପରେ ଚଳିତ ବର୍ଷ ୨୨-୦୯-୨୦୨୨ ନାମ ନ ଥିବା ଯୋଙ୍ଗୁ ଆଜି ସ୍ଥାନୀୟ ଧଳପୁର ପଂଚାୟତ ଠାରେ ହୋଇଥିବା ଜନଶୁଣାଣୀ କାର୍ଯ୍ୟକ୍ରମରେ ଚାଷୀ ନେତା ଇଂ.ବିକାଶ ମହାକୁଡ଼, ଦୁଷ୍ମନ୍ତ ଲଉରିଆ, ଚନ୍ଦନ ମହାକୁଡ଼ ଓଡିଶାର ସିନେ ଜଗତର ନିର୍ଦେଶକ ବୌଦ୍ଧ ଜିଲ୍ଲାର କୃଷକ ନେତା ବନମାଳୀ ରଣା ଏବଂ ଧଳପୁର, ରାମଗଡ, ଓ ସମ୍ପୋଜ ପଞ୍ଚାୟତର ଶତାଧିକ ଚାଷୀ ବିକ୍ଷୋଭରେ ଆସି ଜନଶୁଣାଣୀ ହେଉ ଥିବା ଧଳପୁର ପଂଚାୟତରେ ରେ ଜିଲ୍ଲା ପାଳଙ୍କୁ ଦାବିପତ୍ର ଦେଇ ଥିଲେ! ପ୍ରତିଉତ୍ତରରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟ ରଞ୍ଜନ ସାହୁ ସମସ୍ତଙ୍କ ଉପସ୍ଥିତିରେ ଆସନ୍ତା କାଲି ୨୦-୧୨-୨୨ରେ ଜରୁରୀ କାଳୀନ ବୈଠକ କରି ଏହିସମସ୍ୟାର ସମାଧାନ କରିବାପାଇଁ ସୂଚନା ଦେଇ ଥିଲେ କିନ୍ତୁ ଚାଷୀମାନେ ଯଦି ଯଥାଶୀଘ୍ର ଏହିସମସ୍ୟାର ସମାଧାନ ନ ହୁଏ ଆସନ୍ତା ଦିନରେ ରାଜ ରାସ୍ତାକୁ ଓଲ୍ହାଇବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ,ସ୍ଥାନୀୟ ବିଧାୟକ ମାନ୍ୟବର ପ୍ରଦୀପ କୁମାର ଅମାତ ଏବଂ ଓଡିଶା ସରକାର ଶ୍ରୀଯୁକ୍ତ ନବୀନ ପଟନାଏକ ଙ୍କ ପାଖରେ ଦାବି ପୂରଣ ନହେବାପର୍ଯ୍ୟନ୍ତ ଆମରଣ ଅନଶନ କରିବା ପାଇଁ ଚେତାବନୀ ଦେଇଛନ୍ତି।
ମେଘା ଜଳ ସେଚନ ପ୍ରକଳ୍ପ ପାଇଁ ଶତାଧିକ ଚାଷୀ ଯୁଗ୍ମ ଜଣାଶୁଣାରୀରେ ବିକ୍ଷୋଭ : ନାଲି ଫିତା ଭିତରେ ରହିଛି ହରଭଙ୍ଗା ବ୍ଲକ ର ତିନିଗୋଟି ମେଘପ୍ରକଳ୍ପ
ଆଜତକ ଓଡ଼ିଶା
0
Post a Comment