ଧଳପୁର ରେ ଅଭିଯୋଗ ଶୁଣାଣି , ୪୧ଟି ଅଭିଯୋଗ ମଧ୍ୟରୁ ୫ଟି ତୁରନ୍ତ ସମାଧାନ


ହରଭଙ୍ଗା : (ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ,ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହ୍ଲାଦ ସହାୟ ମିନା ଙ୍କ ମିଳିତ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଞ୍ଚଳ ର ମୋଟ ୪୧ଟି ଅଭିଯୋଗ ପତ୍ର ଆସିଥିବା ବେଳେ ସେଥିମଧ୍ୟରୁ ୩୬ଟି ବ୍ୟକ୍ତିଗତ,୭ଟି ସାମୁହିକ ଅଭିଯୋଗ ହୋଇଥିଲା!ତନ୍ମଧ୍ୟରୁ ୫ଟି ତୁରନ୍ତ ସମାଧାନ ହୋଇଥିବା ବେଳେ ୩ଜଣଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଇଁ ୧୩ହଜାର ପ୍ରଦାନ କରାଯାଇଥିବା ଏବଂ ୫ଜଣଙ୍କୁ ରେଡ଼କ୍ରସ ଫଣ୍ଡ ରୁ ୧୭ହଜାର ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡିଛି । ଏହି ଅଭିଯୋଗ ଶୁଣାଣି ରେ ଉପଜିଲ୍ଲା ପାଳ ରବୀନ୍ଦ୍ର ନାଥ, କଁହର, ଜିଲ୍ଲା ଚିକିତ୍ସା ଅଧିକାରୀ ଅଭୟ ଦାସ, ହରଭଙ୍ଗା ବିଡ଼ିଓ ଶମ୍ଭୁ ଭୂଷଣ ମିଶ୍ର, ଙ୍କ ସମେତ ଜିଲ୍ଲା ଓ ବ୍ଲକ ର ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Post a Comment

Previous Post Next Post