ବାଲେଶ୍ଵର,(ପ୍ରଭାକର ମଲ୍ଲିକ) ବ୍ୟାଙ୍କ ଅଫ ଇଣ୍ଡିଆର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ବସ୍ତା ଶାଖା ପରିସରରେ ଧୁମଧାମରେ ପାଳିତ ହୋଇଯାଇଛି। ଶାଖା ପ୍ରବନ୍ଧକ ବବିତା ବେହେରାଙ୍କ ସଭାପତତ୍ବରେ ଆୟୋଜିତ ଉତ୍ସବରେ ବ୍ୟାଙ୍କ ଅଫ ଇଣ୍ଡିଆର ଓ. ଜେଡ. ଏମ. ସତ୍ୟରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ବ୍ୟାଙ୍କ୍ ଅଫ ଇଣ୍ଡିଆର ଏଲ. ଡି. ଏମ. ଶିବ ପ୍ରସାଦ ଚୌଧୁରୀ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସି. ଏସ. ଡି. ମ୍ୟାନେଜର ସର୍ବେଶର ଖିଲାର, ମାର୍କେଟିଂ ମ୍ୟାନେଜର ଦେବାଶିଷ ଦାସ, ସଦାନନ୍ଦପୁର ଗ୍ରା. ପ. ସରପଞ୍ଚ ରଚିତା ମହାନ୍ତି ପ୍ରମୁଖ ଯୋଗ ଦେଇ ବ୍ୟାଙ୍କ ଅଫ ଇଣ୍ଡିଆ ଗ୍ରାହକ ମାନଙ୍କୁ ନିରବଛିନ୍ନ ଭାବରେ ସେବା ଯୋଗାଇ ଆସୁଛି ଏବଂ ଆଗାମୀ ଦିନରେ ଏହି ସେବା ଅବ୍ୟହିତ ରହିବ ବୋଲି ନିଜ ନିଜ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ସୁକନ୍ୟା ଯୋଜନାରେ ୨୫ଜଣ ହିତାଧିକାରୀଙ୍କୁ ଗ୍ରୀନ ପ୍ଲାଣ୍ଟ ସହ ଉପଢୌକନ ପ୍ରଦାନ କରାଯାଇଥିଲା ଏବଂ ଉପସ୍ଥିତ ଗ୍ରାହକ, ବୁଦ୍ଧିଜୀବି, ଶିକ୍ଷାବିତ ମାନେ ଆଗାମୀ ଦିନରେ ବ୍ୟାଙ୍କର ଉନ୍ନତି ଓ ଗ୍ରାହକ ସେବାକୁ କିଭଳି ସରଳ କରାଯାଇ ପାରିବ ଏ ନେଇ ଉପସ୍ଥିତ ଅଧିକାରୀଙ୍କ ଆଲୋଚନା କରିଥିଲେ। ଏହି ଉତ୍ସବକୁ ବ୍ୟାଙ୍କ କର୍ମଚାରୀ ଦେବାଶିଷ ଧଳ, ନୁରୁଲ ଆମିନ୍, ନାରାୟଣ ଖଟୁଆ, ସଞ୍ଜୀବ ସାହୁ, ଦୁଷ୍ମନ୍ତ ମହାରଣା, ସୌମ୍ୟ ଦାସ ଅଧିକାରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।ଶେଷରେ ରୋଜାଲିନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଥିଲା।

Post a Comment