ବସ୍ତା ର ବିକାଶ କଂଗ୍ରେସ ସମୟରେ ଦୁଇ ପଞ୍ଚାୟତ କଂଗ୍ରେସ ସଭାପତି ଙ୍କ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ


ବାଲେଶ୍ଵର,(ପ୍ରଭାକର ମଲ୍ଲିକ) ବସ୍ତାର ବିକାଶ କେବଳ କଂଗ୍ରେସ ସରକାର ସମୟରେ ହୋଇଥିଲା ତା ପରେ ବସ୍ତାର ବିକାଶ ନାହିଁ କେବଳ ବିନାଶ ଚାଲିଛି ସମଗ୍ର ବସ୍ତା ଅଞ୍ଚଳକୁ ଯେଉଁ ପ୍ରକଳ୍ପ ଆସୁଛି ତାକୁ ଚଞ୍ଚକ୍ତା କରି ବାଟବଣା କରାଯାଉଛି। କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡି ସରକାର ଆଗାମୀ ଭବିଷ୍ୟତ ପିଢ଼ିକୁ ଅନ୍ଧାରକୁ ନେଇଯାଉଛନ୍ତି। ଆଜି ବସ୍ତା ବ୍ଲକ ଅନ୍ତର୍ଗତ ରାଉତପଡା ଓ ଗଡପଦା ପଞ୍ଚାୟତର ନୁତନ କଂଗ୍ରେସ ସଭାପତିଙ୍କ ସମ୍ବର୍ଦ୍ଧନା ଉତ୍ସବରେ କଂଗ୍ରେସ ନେତୃତ୍ବ ମାନେ ବର୍ଷିଥିଲେ ଗଡପଦା ଛକ ଠାରେ ବ୍ଲକ କଂଗ୍ରେସ ସଭାପତି ସତ୍ୟ ନାରାୟଣ ଗୁପ୍ତାଙ୍କ ସଭାପତିତ୍ବରେ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ଯେନାଙ୍କ ପରିଚାଳନା ରେ ଆୟୋଜିତ ସଭାରେ ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି, ବସ୍ତା ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ବିଜନ ନାୟକ ଉଦବୋଧନ ଦେଇଥିଲେ ପ୍ରାରମ୍ଭରେ ସଂସଦୀୟ ନେତା ନବଜ୍ୟୋତି ପଟ୍ଟନାୟକ ଉପସ୍ଥିତ କର୍ମୀ ଓ ନେତୃତ୍ୱଙ୍କୁ ମୋବାଇଲ ରେ ବାର୍ତ୍ତା ଦେଇଥିଲେ। ଦୁଇ ନବ ନିଯୁକ୍ତ ସଭାପତି ରାଉତପଡା ପ୍ରଦୀପ ଦେ ଓ ଗଡପଦା ପଂଚାୟତ ଚକ୍ରଧର ମହାନ୍ତିଙ୍କୁ ଉପସ୍ଥିତ ନେତୃତ୍ୱ ମାନେ ସମ୍ବର୍ଦ୍ଧିତ କରିଥିଲେ। ପ୍ରଥମେ ରାଉତପଡା ପଞ୍ଚାୟତ ନୁଆ ଗାଁ ଷ୍ଟେସନ ଠାରୁ ଏକ ମଟର ସାଇକେଲ ଶୋଭାଯାତ୍ରା ସଭା ସ୍ଥଳକୁ ଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ସମ୍ପାଦକ ମନୋରଞ୍ଜନ ନାୟକ, ରବିନ୍ଦ୍ର ଭଞ୍ଜ, ପୁର୍ବତନ ସରପଞ୍ଚ ପ୍ରଭାଶ ମଣ୍ଡଳ, ବ୍ଲକ କଂଗ୍ରେସ ଉପ ସଭାପତି ଜୟନ୍ତ କୁମାର ମହାପାତ୍ର, ଶ୍ରମିକ କଂଗ୍ରେସ ସଭାପତି ରବିନ୍ଦ୍ର ଦାସ, ଜିଲ୍ଲା ପରିଷଦ ସଭ୍ୟ ବାବାଜୀ ଦେହୁରୀ, ଜଗଦୀଶ ସାହୁ, ବସ୍ତା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ହୃଷିକେଶ ପଣ୍ଡା, ଛାତ୍ର କଂଗ୍ରେସ ସଭାପତି ଅବିନାଶ ନାୟକ, ସୃଷ୍ଟି ଧର ମହାଳିକ, ସନ୍ତୋଷ ବାରିକ ପ୍ରମୁଖ ମଞ୍ଚାସିନ ଥିଲେ।୫ଟି ପରିବାର ଅନ୍ୟ ଦଳ ଛାଡି କଂଗ୍ରେସ ମିଶିଥିଲେ। ଶେଷରେ ଗୈାରହରି ପଣ୍ଡା ଧନ୍ୟବାଦ ଦେଇଥିଲେ।

Post a Comment

Previous Post Next Post