ବ୍ଲକ ପ୍ରଶାସନ ପକ୍ଷରୁ କମ୍ବଳ ବଣ୍ଟନ


ହରଭଙ୍ଗା(ସୁଶାନ୍ତ କୁମାର ବେହେରା) ଗତ କିଛିଦିନ ହେଲା ସାରା ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଛି ।ଶୀତର ପ୍ରଭାବରେ ବହୁମାତ୍ରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।ଏହାକୁ ଦୃଷ୍ଟିରେ ରଖି  ବୁଧୁବାର ସନ୍ଧ୍ୟାରେ ହରଭଙ୍ଗା  ବ୍ଲକ ଓ ତହସିଲ ପ୍ରଶାସନ ପକ୍ଷରୁ ହରଭଙ୍ଗା ବ୍ଲକ ଅଡ଼େଣିଗଡ଼  ପଂଚାୟତ ଅଡ଼େଣିଗଡ଼, ଗୋଛାବାରୀ,ବାଣିଭୂଷଣପୁର ପଂଚାୟତ ଚାରିଛକ, ଏବଂ ପୁରୁଣାକଟକ ପଂଚାୟତ ର ବିଭିନ୍ନ  ଅଞ୍ଚଳରେ ୩୦ଜଣ ଅସହାୟ ପୁରୁଷ ଓ ମହିଳାଙ୍କୁ ତହସିଲଦାର ଶମ୍ଭୁ ଭୂଷଣ ମିଶ୍ର କମ୍ବଳ ବଣ୍ଟନ କରିଥିଲେ ।ବ୍ଲକ ପ୍ରଶାସନ ର ଏଭଳି ମହତ କାର୍ଯ୍ୟକୁ ସାଧାରଣରେ  ପ୍ରଶଂସା କରାଯାଉଛି।

Post a Comment

Previous Post Next Post