ବାଲେଶ୍ଵର,(ପ୍ରଭାକର ମଲ୍ଲିକ) ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ଯାଳୟ ଫାଟକ ରେ ତାଲା ପକାଇବା ସହ ଫାଟକ ସମ୍ମୁଖରେ ଧାରଣା ଦେଲେ ଗ୍ରାମବାସୀ, ଏପଟେ ଗେଟ୍ ରେ ତାଲା ପଡି ଥିବା ରୁ ରାସ୍ତା ଉପରେ ଖରା ରେ ବସି ପାଠ ପଢୁଛନ୍ତି ଛାତ୍ର ଛାତ୍ରୀ, ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଆଘିରିଆ ସରକାରୀ ଉଚ୍ଚ ପ୍ରାର୍ଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ଯ, ସୁଚନା ଅନୁଯାୟୀ ଏହି ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୨୦ ଜଣ ଛାତ୍ର ଛାତ୍ରୀ ପାଠ ପଢୁଥିବା ବେଳେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଙ୍କ ପାଂଇ ଦୁଇ ଜଣ ଶିକ୍ଷକ ଏବଂ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଂଇ ଦୁଇଜଣ ଶିକ୍ଷକ ରହିଥିଲେ, ମାତ୍ର ବିଦ୍ଯାଳୟ ର ପ୍ରଧାନ ଶିକ୍ଷକ ଏକ ବର୍ଷ ତଳେ ଅବସର ନେଇଥିବା ବେଳେ ଜନୈକ ସହକାରୀ ଶିକ୍ଷକ ପକ୍ଷାଘାତ ରୋଗରେ ପିଡିତ ହୋଇ ଦୁଇ ମାସ ଧରି ଛୁଟି ରେ ରହିଛନ୍ତି,ଯାହା ଫଳରେ ସ୍କୁଲରେ ଆଦୌ ପାଠ ପଢା ହେଉନଥିବା ଅଭିଯୋଗ ହୋଇଛି,ତେବେ ପିଲା ମାନେ ପାଠ ପଢି ନଥିବାରୁ ହାଫ୍ ୟରଲି ପରିକ୍ଷା ଠିକ୍ ଭାବରେ କରି ପାରି ନାହାଁନ୍ତି, ଏହା ସହିତ ସରକାରଙ୍କ ୫୦ ଦିନିଆ ପାଠ୍ୟକ୍ରମ ଏଲ ଆର ପି ପଢା ହୋଇନାହିଁ,ଆଜି ଠାରୁ ଏହି ଏଲ ଆର ପି ପରିକ୍ଷା ଆରମ୍ଭ ହେବାକୁ ଥିବାରୁ ଶିକ୍ଷକ ନଥିବାରୁ ପରୀକ୍ଷା ବାତିଲ କରିବା ସହିତ ସ୍କୁଲ ଗେଟରେ ତାଲା ପକାଇ ଦେଇଛନ୍ତି ଗ୍ରାମବାସୀ,ଯାହା ଫଳରେ ଛାତ୍ର ଛାତ୍ରୀ ମାନେ ଗେଟ୍ ବାହାରେ ବସି ପାଠ ପଢୁ ଥିବାରୁ ଦେଖିବାକୁ ମିଳିଥିଲା, ତେବେ ଶିକ୍ଷକ ନିଯୁକ୍ତି ନହେବା ଯାଏ ଗେଟରେ ତାଲା ପକାଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ଯନ୍ତ ସ୍କୁଲ ବନ୍ଦ ରଖିବେ ବୋଲି କହିଛନ୍ତି ଗ୍ରାମବାସୀ ।

Post a Comment