ବାଲିଆପାଳ ବିଜୁ ଯୁବ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ ଓ ଓଡିଶା-ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର


ବାଲେଶ୍ବର,(ପ୍ରଭାକର ମଲ୍ଲିକ) ବାଲେଶ୍ବର ଜିଲ୍ଲା  ବାଲିଆପାଳ ବ୍ଲକ ଜଗତିପୁର ପଞ୍ଚାୟତ ଅଧିନସ୍ଥ ଅଣ ଦେଉଳା ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ବାଲିଆପାଳ ବ୍ଲକ ବିଜୁ ଯୁବ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ ଓ ଓଡିଶା-ମୋ ପରିବାର ଆନୁକୂଲ୍ୟରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଯୁବ ବିଜେଡି ସଭାପତି ସଂଗ୍ରାମ ପରିଡାଙ୍କ ନେତୃତ୍ତ୍ବରେ ଶିବିରକୁ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ଯକାରୀ ସଭାପତି ନାରୀନେତ୍ରୀ ଶ୍ରୀମତୀ ସୁବାସିନୀ ଜେନା ଯୋଗ ଦେଇ ଫିତାକାଟି ଶିବିରକୁ ଉଦଘାଟନ କରିଥିଲେ । "ଗୋଟିଏ ବିନ୍ଦୁ ରକ୍ତ ଅନ୍ୟ ଜଣଙ୍କର ଜୀବନ ବଞ୍ଚାଇବାରେ ସହାୟକ ହେବ" ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଯୁବ ପିଢି  ଜୀବନ ବିନ୍ଦୁ ଓ ଓଡିଶା -ମୋ ପରିବାର କାର୍ଯ୍ଯକ୍ରମ ମାଧ୍ୟମରେ ସ୍ବେଚ୍ଛାକୃତ ରକ୍ତଦାନ କରିବା ପାଇଁ ଆଗେଇ ଆସିଥିବାରୁ ଆୟୋଜକ ମାନଙ୍କୁ ମୁଖ୍ୟ ଅତିଥି ଶ୍ରୀମତୀ ଜେନା ଓଡିଶା-ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ଯକ୍ରମକୁ ସଫଳ କରୁଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଶୁଭେଚ୍ଛା ଜଣାଇବା ସହ ଧନ୍ୟବାଦ ଜ୍ଞାପନ କରିବା ସହିତ ସ୍ବେଚ୍ଛାକୃତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।


ଅନ୍ୟମାନଙ୍କ ମଧ୍ୟରେ ବାଲିଆପାଳ ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରସାଦ ଦାସ,ଯୁବ ସଭାପତି ସଂଗ୍ରାମ ପରିଡା,ମନ୍ମଥ ଗିରି,ପ୍ରଦୀପ ଜେନା,ଜଗତିପୁର ସମବାୟ ସମିତିର ସଭାପତି ନବକୁମାର ପାଢୀ,ମୃତ୍ୟୁଞ୍ଜୟ ଗୋଚ୍ଛାୟତ,ବିକାଶ ଜେନା,ଭବଶଙ୍କର ଗିରି ,ଯୁବ ସଭାପତି ବିନୋଦ କୁମାର ମହାନ୍ତି,ଯଚିନ୍ଦ୍ର ଗିରି ପ୍ରମୁଖ ଯୋଗ ଦେଇଥିଲେ । ପଞ୍ଚାୟତ ଯୁବ ସଭାପତି  ବିନୋଦ ମହାନ୍ତି,ଉପେନ୍ଦ୍ର ବାରିକ, ,ନାରାୟଣ ଚକ୍ରବର୍ତ୍ତୀ ,ନବ କୁମାର ପାଢୀ,ରତିକାନ୍ତ ଜେନା,ଅମୁଲ୍ୟ ବାରିକ ,ବାସୁଦେବ ବିଶ୍ବାଳ ପ୍ରମୁଖ ଶିବିରରେ ଯୋଗ ଦେଇଥିଲେ। ଶିବିରରୁ ୫୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ବାଲେଶ୍ବର ରକ୍ତ ଭଣ୍ତାରର ଡା. ମହେଶ ବିଶ୍ବାଳ,ସ୍ବାତୀ ରାଜ୍ ,ଅକ୍ଷୟ ଜେନା,
ବିନୋଦ ବିହାରୀ ଦାସ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ।କାର୍ଯ୍ଯକ୍ରମରେ ପରିଚାଳନାରେ ନାରାୟଣ ଚକ୍ରବର୍ତ୍ତୀ ଉପେନ୍ଦ୍ର ବାରିକ,ଅମୂଲ୍ୟ ବାରିକ,ରତିକାନ୍ତ ଜେନା,ଅନିରୁଦ୍ଧ ଜେନା,ଅରୁଣ ଚକ୍ରବର୍ତ୍ତୀ ,ବାସୁଦେବ ବିଶ୍ବାଳ,କମଳାକାନ୍ତ ପଣ୍ତା ,ଯନ୍ମେଜୟ ବାରିକ,ଲୁଟନ ଦାସ,କମଳାକାନ୍ତ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

Post a Comment

Previous Post Next Post