ନାବାଳିକାଙ୍କ ହତ୍ୟାକାରୀକୁ ପୋଲିସ ଗିରଫ କରି କୋଟ ଚାଲାଣ କରିଛି


ନୂଆପଡ଼ା (ପରମେଶ୍ବର ମେହେର) ନୂଆପଡା ଜିଲ୍ଲା ସଦର ଥାନା ରତିପାଲି ଗାଁର ଧନିରାମ ନାୟକଙ୍କ ନାବାଳିକା ଝିଅ ହିତେଶ୍ବରୀ ନାୟକକୁ ଲଭ ପରେ ହତ୍ୟା କରିଥିଲା ପ୍ରେମିକ । ନାବାଳିକା ଝିଅ ୪ ମାସ ଗର୍ଭବତୀ ଥିବାରୁ ପ୍ରେମିକ ଗର୍ଭପାତ କରିବାକୁ କହିଥିଲା କିନ୍ତୁ ଝିଅ ରାଜି ନହେବାରୁ ଯୋଜନା ବଦ୍ଧ ଭାବେ ଝିଅ କୁ ବିବାହ କରିବା ପାଇଁ କହି ରାତ୍ରି ସମୟ ରେ ଘରୁ ଡାକି ନେଇ ଏକ ପ୍ଲାଷ୍ଟିକ ରସି ରେ ପ୍ରେମିକ ଓ ତା ସାଙ୍ଗ ମିଶି ନୃଶଂସ ଭାବେ ହତ୍ୟା କରିଥିଲେ। ଏହି ଘଟଣା ରେ ସଂପୃକ୍ତ ଥିବା ଅଭିଯୁକ୍ତ କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ଗତ ଜାନୁଆରୀ ମାସ ରେ ନାବାଳିକା ନିଖୋଜ ଘଟଣା ର ଅଭିଯୋଗ ହେଇଥିଲା ହେଲେ ୧୦ ମାସ ବିତି ଯାଇଥିଲେ ମଧ୍ୟ ପୋଲିସ ଏ ଘଟଣାର କୌଣସି ଟେର ପାଉ ନ ଥିବା ବେଳେ ଏକ ବେନାମୀ ଚିଠି ଛତିଶଗଡ଼ ମହାସମୁନ୍ଦ ରୁ ଧନୀରାମ ଙ୍କ ନାମ ରେ ଆସିଥିଲା । ଯେଉଁ ଥୀରେ ହିତେଶ୍ଵରି ଙ୍କୁ ହତ୍ୟା କରି ପୋତି ଦିଆ ଯାଇଥିବା ଉଲ୍ଲେଖ ଥିଲା ସେଥିରେ ୫ ଜଣ ଅଭିଯୁକ୍ତ ଙ୍କ ନାମ ମଧ୍ୟ ଲେଖା ହେଇଥିଲା । ଏହା କୁ ଭିତି କରି ଗତ ୨ ତାରିଖ ରେ ଧନିରାମ୍ ବେନାମୀ ଚିଠି ସହ ଲିଖିତ ଅଭିଯୋଗ କରିଥିଲେ ।ଯାହା କୁ ନେଇ 6 ଜଣ ଙ୍କୁ ଅଟକ ରଖି ପଚରାଉଚରା କଳା ପରେ ନାବାଳିକା ଝିଅ କୁ ହତ୍ୟା କରି ଥିବା ସବୁ ସ୍ବୀକାର କରିଥିଲା ଅଭିଯୁକ୍ତ । ପରେ ଅଭିଯୁକ୍ତ ସିନ କ୍ରିୟେଶନ କରି ପୋଲିସ ଆଗରେ ଦେଖାଇଥିଲେ ।ଘଟଣା ସ୍ଥଳ କୁ ଦେଖାଇବା ପରେ ଜେଶିବି ସାହାଯ୍ୟ ରେ ମାଟି ଖୋଲିଛି ପୋଲିସ ।

Post a Comment

Previous Post Next Post