ଦ୍ୱିତୀୟ ରାଜ୍ୟ ସ୍ତରୀୟ ମାଁ ଭୈରବୀ ମହୋତ୍ସବ ପାଇଁ ଶୁଭ ଖମ୍ବ ସ୍ଥାପନ : ନଭେମ୍ବର ୨୨ରୁ ୨୭ମହୋତ୍ସବ


ହରଭଙ୍ଗା (ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ପୁରୁଣା କଟକ ରେ ଆସନ୍ତା ନଭେମ୍ବର ୨୨ରୁ ଆରମ୍ଭ ହେବାକୁ ଥିବା  ଦ୍ୱିତୀୟ ରାଜ୍ୟସ୍ତରୀୟ ମାଁ ଭୈରବୀ ମହୋତ୍ସବ ପାଇଁ ରବିବାର ଦିନ ପୁରୁଣା କଟକ ମିନି ଷ୍ଟାଡିୟମ ଠାରେ ଆନୁଷ୍ଠାନିକ ଭାବେ   ମହୋତ୍ସବ ର ଶୁଭଖୁଣ୍ଟି ସ୍ଥାପନ ହୋଇଯାଇଛି । ଏହି ଅବସରେ  ମହୋତ୍ସବ କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା । ଉକ୍ତ ମହୋତ୍ସବ ନଭେମ୍ବର ୨୨ରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବସହ  ଏଥର ପଲ୍ଲୀଶ୍ରୀ ମେଳା, ମିନବଜାର, ଅପେରା, ଓ ରାଜ୍ୟ ର ବିଭିନ୍ନ ସ୍ଥାନରୁ ଆସୁଥିବା ନାମିଦାମୀ କଳାକାରଙ୍କୁ ନେଇ ସନ୍ଧ୍ୟା ରେ ବିଭିନ୍ନ ନୃତ୍ୟଗୀତ କାର୍ଯ୍ୟକ୍ରମ ହେବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି ।  ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ରେ ପୂଜକ ଲବଚନ୍ଦ ପୂଜା କାର୍ଯ୍ୟ କରିଥିବା ବେଳେ , ଭୈରବୀ ମନ୍ଦିର ପରିଚାଳନା କମିଟି ସଭାପତି ସୁରେନ ପ୍ରଧାନ, ମହୋତ୍ସବର ଆବାହକ ସୁକାନ୍ତ ପଟ୍ଟନାୟକ,ଉପସଭାପତି ଅକ୍ରୁର ସେଠି, ସହ ସମ୍ପାଦକ ବିଭୁଦତ୍ତ ବୋଷ,ଅଜିତ ଦେହୁରୀ, ଷ୍ଟିପନସନ ପ୍ରଧାନ, କୈଳାଶ ଅଗ୍ରୱାଲ, ଅଜିତ ଦେହୁରୀ, ସିପୁନ ମିଶ୍ର , ମନୋଜ ପାଢ଼ୀ, ବାଲକୃଷ୍ଣ ନାୟକ, ବିନୋଦ ପ୍ରସାଦ ପ୍ରଧାନ, ବିରଞ୍ଚି ମହାରଣା, ସଜନ ଅଗ୍ରୱାଲ, ବିଜୟ କଁହର , ବବୁଲ ସାହୁ, କାର୍ତିକ ସାହୁ,ପ୍ରମୁଖ ଅନନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।

Post a Comment

Previous Post Next Post