ଡ଼ୁମାଳ ପରିଷଦ ଓଡିଶା ବୌଦ୍ଧ ଜିଲ୍ଲା ଶାଖାର ନୂତନ ପରିଚାଳନା କମିଟି ଗଠନ


ବୌଦ୍ଧ,(ହୃଦାନନ୍ଦ ମେହେର) ବୌଦ୍ଧ ସଦର ବ୍ଲକ ବଳାକିରା ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଡ଼ୁମାଳ ପରିଷଦ ଓଡିଶା ବୌଦ୍ଧ ଜିଲ୍ଲା ଶାଖାର ସଭାପତି ରମଣୀ ରଞ୍ଜନ ପ୍ରଧାନ ଙ୍କ ସଭାପତିତ୍ୱରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ଇଷ୍ଟ ଦେବୀ ମାଁ ମାହେଶ୍ୱରୀ ଙ୍କ ଠାରେ ପୂଜାର୍ଚନା କରାଯାଇଥିଲା । ଜିଲ୍ଲା ସମ୍ପାଦକ କାହ୍ନୁ ଚରଣ ମେଷ଼ୁଆ ବାର୍ଷିକ ବିବରଣୀ ପଠନ କରିଥିଲେ । ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ସୋନପୁର ଜିଲ୍ଲା ପୂର୍ବତନ ସଭାପତି ଭୂଷଣ କୁମାର ପାତ୍ର, ନିର୍ବାଚନ ଅଧିକାରୀ ଭାବେ ସୂର୍ଯ୍ୟନାରାୟଣ ମହାକୁଡ଼ ଓ ପୂର୍ଣ୍ଣ ଚନ୍ଦ୍ର ମହାକୁଡ଼ ଯୋଗ ଦେଇ ଜିଲ୍ଲା କମିଟି ପୁନଃ ଗଠନ କରାଯାଇ ସଭାପତି ଶୀତାଂଶୁ ଶେଖର ମହାକୁଡ଼ ଉପସଭାପତି ସନ୍ତୋଷ କୁମାର ଦନ୍ତା ଓ ନବୀନ ମହାକୁଡ଼, ସମ୍ପାଦକ କାହ୍ନୁ ଚରଣ ମେଷ଼ୁଆ, ସହସମ୍ପାଦକ କାଶୀବିଶ୍ୱନାଥ କର୍ଣ୍ଣ ଓ ପ୍ରବୀର ମାହାର, କୋଷାଧ୍ୟକ୍ଷ ମନୋଜ କୁମାର ମହାକୁଡ଼, କାର୍ଯ୍ୟକାରୀ ସଦସ୍ୟ ରମଣୀ ରଞ୍ଜନ ପ୍ରଧାନ, ସତ୍ୟନାରାୟଣ ବଘାର, ଗୌର ପ୍ରଧାନ, ଧରଣୀଧର ଲାଉରିଆ, ଉପଦେଷ୍ଟା ପୂର୍ଣ୍ଣ ଚନ୍ଦ୍ର ମହାକୁଡ଼, ସୂର୍ଯ୍ୟନାରାୟଣ ମହାକୁଡ଼, ଜନ୍ମେଜୟ ପ୍ରଧାନ, କାଳନ୍ଦୀ ଖେତୀ, କାମିନୀ ମହାକୁଡ଼ । ରାଜ୍ୟପ୍ରତିନିଧି ବିଭୁ ପ୍ରସାଦ ଖେତୀ, ସୁଧୀର କୁମାର କର୍ଣ୍ଣ, ସୁଦାମ ଚରଣ ଖମାରି, ରମଣୀ ରଞ୍ଜନ ପ୍ରଧାନ, କୃତ୍ତିବାସ ପଲିଆ ଓ ପ୍ରଫୁଲ୍ଲ ମହାକୁଡ଼ଙ୍କୁ ମୋନାନିତ କରାଯାଇ ସୁଧୀର କୁମାର କର୍ଣ୍ଣ ସମସ୍ତ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦାଶରଥି ମହାକୁଲ, ରବି ଦେହେରୀ ଙ୍କ ସମେତ ବଲାକିରା କେନ୍ଦ୍ରର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ ।

Post a Comment

Previous Post Next Post