ଜିଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତା


ବୌଦ୍ଧ, (ସୁଶାନ୍ତ କୁମାର ବେହେରା ): ସଞ୍ଚୟ ପକ୍ଷ ଅବସରରେ ବୌଦ୍ଧ ସହର ସ୍ଥିତ ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ପରିସରରେ ଦୁଇଦିନ ଧରି ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରୀୟ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ୱଳ୍ପ ସଞ୍ଚୟ ଅଧିକାରୀ ବିରଞ୍ଚି  ଧରୁଆଙ୍କ ସଂଯୋଜନା ରେ ଆୟୋଜନ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଉଦୟନାଥ ମାଝୀ ଯୋଗଦେଇ ସ୍ୱଳ୍ପ ସଞ୍ଚୟ ଉପରେ ବାର୍ତା ରଖି ସମସ୍ତେ କିଛି କିଛି ସଞ୍ଚୟ କରିବା ପାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତ।କାନ୍ତି ବଳିୟାରସିଂହ ଓ ଅନ୍ୟାନ୍ୟ ଅତିଥି ମାନଙ୍କ ଦ୍ୱାରା କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ବକ୍ତୃତା ପ୍ରତିଯୋଗିତାର ବିଦ୍ୟାଳୟସ୍ତରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ମନୀଷାରାଣୀ ପୁରୋହିତ ପ୍ରଥମ,କାଜଲ ନାଏକ ଦ୍ୱିତୀୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଙ୍କିତ ରଥ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ମହାବିଦ୍ୟାଳୟସ୍ତରରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଶ୍ରଦ୍ଦାଞ୍ଜଳୀ ସାହୁ ପ୍ରଥମ,ବର୍ଷାରାଣୀ ମେହେର ଦ୍ୱିତୀୟ ଓ ବିଜୟଶ୍ରୀ ପୁଜାରୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ବିଚାରକ   ଭାବେ ସାହିତ୍ୟିକ ରମେଶ ପ୍ରସାଦ ମେହେର,  ତୁଟୁସିଙ୍ଗା ହାଇସ୍କୁଲର ପ୍ରଧାନଶିକ୍ଷକ ରାଧା ମୋହନ ମାହାନା, ସିଆରସିସି ସନ୍ତୋଷ କୁମାର କର୍ଣ୍ଣ  ଯୋଗ ଦେଇଥିଲେ । ଶାରୀରିକ ଶିକ୍ଷା ନିରୀକ୍ଷକ ଆନନ୍ଦ ବେହେରା,ବାଳିକା ଉଚ୍ଚ ବିଦ୍ୟାଳୟ ଶାରୀରିକ ଶିକ୍ଷୟିତ୍ରୀ ମମତା ଦାଶ,ସ୍ୱଳ୍ପ ସଞ୍ଚୟ କାର୍ଯ୍ୟାଳୟର କର୍ମଚାରୀ ବୀରବର ଖମାରୀ ଓ ଅକ୍ଷୟ ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ

Post a Comment

Previous Post Next Post