ମନମୁଣ୍ଡା ଗ୍ରାମପଞ୍ଚାୟତ ପାନୀୟ ଜଳ ଦୁର୍ନୀତି : ଦୁର୍ନୀତି କୁ ନେଇ ସରପଞ୍ଚ ଙ୍କୁ ତାଲା ପକାଇଲେ ଅନେକ ମହିଳା


କଣ୍ଟାମାଳ,(ସୁଶାନ୍ତ କୁମାର ବେହେରା) ପାନୀୟ ଜଳ ସମସ୍ୟା କୁ ନେଇ ଶତାଧିକ ମହିଳା ଏବେ ଅଣ୍ଟାଭିଡି ଥିବା ଏକ ଅଭାବ ନିୟ ଘଟଣା ଦେଖିବାକୁ ମିଳିଛି। ସରକାରଙ୍କ ଗାଁ କୁ କାମ ନାରୀ କୁ ସମ୍ନାନ କଥା ପଦlରେ ପଡି ହାଟରେ ଗଡୁଛି। ଘଟଣା ଅନୁଯାଇ ଆଜି ସକାଳୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନମୁଣ୍ଡା ଗ୍ରାମ ପଂଚାୟତରେ ଶତାଧିକ ମହିଳା ଏକତ୍ରିତ ହୋଇ ସରପଞ୍ଚ ଓ ତାଙ୍କ ସହଯୋଗୀ ଙ୍କୁ ତାଲା ପକାଇଥିବା ଦେଖିବାକୁ ମିଳିଛି।ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ଗ୍ରାମରେ ପାନୀୟ ଜଳ ସମସ୍ୟା ନେଇ ବାରମ୍ବାର ସରପଞ୍ଚଙ୍କୁ ଆଜକୁ ୬ ମାସ ଅଭିଯୋଗ କରିଥିଲେ ମଧ୍ୟ କିଛି ଲାଭ ହୋଇନାହିଁ।ତେଣୁ ଆଜି ଅନେକ ମହିଳା ଏକତ୍ରିତ ହୋଇ ପଞ୍ଚାୟତ ଅଫିସ୍ ରେ ତାଲା ପକାଇଥିବା ବେଳେ ମନମୁଣ୍ଡା ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ବୁଝା ସୁଝା କରିବା ସହ ୭ ଦିନ ମଧ୍ୟରେ ଉକ୍ତ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ମହିଳା ମାନେ ତାଲା ଖୋଲିଥିଲେ। ଓ ୭ ଦିନ ମଧ୍ୟରେ ଉକ୍ତ ସମସ୍ୟାର ସମାଧାନ ନହେଲେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ।

Post a Comment

Previous Post Next Post