ସୁବର୍ଣ୍ଣପୁର (ଗଣପତିବାଘ) ମହାନଦୀ ସଙ୍ଗମରେ ସନ୍ଧ୍ୟା ଆରତୀ ।ଅପୂର୍ବ । ଅବର୍ଣ୍ଣନୀୟ ।କେବଳ ଯେ ଆଧ୍ୟାତ୍ମିକ ମନୋଭାବ ନେଇ ଏହି ମହାଆରତୀର ଆୟୋଜନ କରାଯାଉଛି ତାହା ନୁହେଁ । ଚୀର ସୌନ୍ଦର୍ଯ୍ୟମୟୀ ମହାନଦୀ, ତେଲ ନଦୀ ଓ କର୍ପୂର ନଦୀର ମିଳନ ସ୍ଥଳରେ ପୂଜାର୍ଚ୍ଚନା କରାଯାଇ ସ୍ୱଚ୍ଛ ଓ ସୁନ୍ଦର ମହାନଦୀ ପାଇଁ ଜନସାଧାରଣଙ୍କୁ ବାର୍ତା ଦିଆଯାଇଛି । ସୁବର୍ଣ୍ଣପୁର ସହରର ପ୍ରାଚୀନ ଶୈବପୀଠ ରାମେଶ୍ବର ମନ୍ଦିର ସ୍ଥିତ ତ୍ରୀବେଣୀ ସଂଗମରେ ମହାଆଳତୀ ମହା ସମାରୋହର ପାଳିତ ହୋଇଛି । ଉତ୍କଳେଷୁ ତ୍ରୟୋପୂଣ୍ୟ ,ପୂଣ୍ୟ ମାର୍ଜର କେଶରୀ । ହିରଣାକ୍ଷ୍ୟା ପୁରୀ ପୂଣ୍ୟା , ପୂଣ୍ୟ ଚିତ୍ରୋତ୍ପଳା ନଦୀ । ସମଗ୍ର ଉତ୍କଳର ଜୀବନ ରେଖା ଭାବେ ପରିଚିତ ମହାନଦୀକୁ ସ୍ବଛ ଓ ନିର୍ମଳ କରିବାରେ ଆଜକୁ ଦଶ ବର୍ଷ ହେଲା ଉଦ୍ୟମ ଆରମ୍ଭ ହୋଇଛି । ସୁବର୍ଣ୍ଣପୁରର ତ୍ରୀବେଣୀ ସଙ୍ଗମ ଆରତୀ କମିଟୀ ପକ୍ଷରୁ ମହାନଦୀରେ ଦଶମ ବାର୍ଷିକୀ ମହାଆରତୀର ଆୟୋଜନ କରି ପୁଣି ଜନସାଧାରଣଙ୍କ ଭିତରେ ସ୍ବଛତାର ପ୍ରୀତି ଜାଗ୍ରତ କରିଛି । ସହରର ପ୍ରାଚୀନ ଶୈବପୀଠ ବାବା ରାମେଶ୍ବର ମନ୍ଦିର ପାର୍ଶ୍ବରେ ପ୍ରବାହିତ ଚିରସ୍ରୋତା ମହାନଦୀ , ତେଲନଦୀ ଓ କର୍ପୁର ନଦୀର ତ୍ରୀବେଣୀ ସଂଗମରେ ଜଳଦେବଙ୍କ ପୂଜା ଆରାଧନା କରିବା ସହିତ ଜନସାଧାରଣଙ୍କ ଭିତରେ ସ୍ବଛ ମହାନଦୀକୁ ନେଇ ସଚେତନତା ସୃଷ୍ଟି କରାଯାଇ ପାରିଛି । ପବିତ୍ର କାର୍ତ୍ତିକ ଚର୍ତୁଦଶୀ ଅବସରରେ ତ୍ରୀବେଣୀ ସଂଗମରେ ମହାଆରତୀ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା ।ପ୍ରଥମ ପର୍ଯ୍ୟାୟରେ ଛୋଟ ଆରତୀ ,କର୍ପୁର ଆରତୀ ,ଆଲଟ ସେବା ଓ ଚାମର ସେବା ପରେ ମହାଆରତୀ ଦିଆଯାଇଥିଲା । ତିନିଜଣ ପୂଜକଙ୍କ ସହ ଆରତୀ ଓ ହୁଳହୁଳି ହରିବୋଲ ଧ୍ବନିରେ ଫାଟି ପଡିଥିଲା ତ୍ରୀବେଣୀ ସଂଗମ ।ମହାଆରତୀ ଦର୍ଶନ କରିବା ସହିତ ବାବା ରାମେଶ୍ବରଙ୍କ କୃପା ପାଇବାକୁ ଜିଲ୍ଲା ତଥା ପଡୋଶୀ ବୌଦ୍ଧ, ଜିଲ୍ଲାରୁ ବି ବେଶ ଦେଖଣାହାରୀ ଛୁଟି ଆସିଥିଲେ ସଂଗମସ୍ଥଳକୁ ।ମହାଆରତୀ ସହିତ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ ଶ୍ରଦ୍ଧାଳୁମାନେ ।
ସ୍ବଚ୍ଛ ମହାନଦୀ ପାଇଁ ତ୍ରିବେଣି ସଙ୍ଗମରେ ମହା ଆଳତୀ
ଆଜତକ ଓଡ଼ିଶା
0
Post a Comment