ସୁବର୍ଣ୍ଣପୁର (ଗଣପତିବାଘ)ଆଜି ପବିତ୍ର କାର୍ତ୍ତିକ ପୁର୍ଣ୍ଣମି ଅବସରରେ ସୁବର୍ଣ୍ଣପୁର ମହାନଦୀ ଓ ତେଲନଦୀରେ ବୋଇତ ବନ୍ଦାଣ ବା ଡଙ୍ଗା ଭଷା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସୁର୍ଯ୍ୟୋଦୟ ପୁର୍ବରୁ ବ୍ରତିମାନେ ନଦୀ ତୁଠକୁ ଯାଇ ଡଙ୍ଗା ଭଷାଇ ଥିବା ଦେଖିଵାକୁ ମିଳିଛି । ଆଜି ସକାଳ ୫.୪୫ମିନିଟ ରୁ ଚନ୍ଦ୍ର ଗ୍ରହଣ ଥିବାରୁ ରାତ୍ରି ୩ଟା ରୁ ବିଭିନ୍ନ ନଦୀ ଘାଟ ମାନଙ୍କ ରେ ଡଙ୍ଗା ଭାସାଇବାକୁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ବିଗତ ଦୁଇ ବର୍ଷ କରୋନା କଟକଣା ଯୋଗୁଁ ଡଙ୍ଗା ଭଷାଣ ବନ୍ଦ ରହିଥିବାବେଳେ ଚଳିତ ବର୍ଷ ବେଶ ଧୁମଧାମରେ ପ୍ରବଳ ଭିଡ ଭିତରେ ଏହି କାର୍ଯ୍ୟକ୍ରମ ହୋଇଥିବା ଦେଖିବାକୁ ମିଳିଛି । ମହାନଦୀର ବିଭିନ୍ନ ଘାଟରେ କଦଳି, କଗଜ ଡଙ୍ଗା ଭଷାଣ କରିଛନ୍ତି ଶ୍ରଦ୍ଧାଳୁମାନେ । ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବା ପାଇଁ ମହାନଦୀର ବିଭିନ୍ନ ଘାଟରେ ଏହି ଡଙ୍ଗା ଭଷା ଉତ୍ସବ ମନାଇଛନ୍ତି ଲୋକେ ।

Post a Comment