ରାସ ପୂର୍ଣ୍ଣମା ଅବସରରେ ସଂକୁଲୋଇ ଗ୍ରାମରେ ଆଞ୍ଚଳିକ ବ୍ଲକ କଳାକାର ଓ ସଂକୃତି ସଂଘ ର ଦ୍ୱିତୀୟ ବ୍ଲକ ସ୍ତରୀୟ ମହୋତ୍ସବ ପାଳିତ


ହରଭଙ୍ଗା, (ସୁଶାନ୍ତ କୁମାର ବେହେରା )କାର୍ତିକ ମାସକୁ ହିନ୍ଦୁ ପରମ୍ପରା ଅନୁଯାଇ ଧାର୍ମିକ ବୋଲି ଲୋକେ ପାଳନ କରନ୍ତି!ଏହି ମାସର ପୁର୍ଣିମା ଦିନକୁ ବହୁ ଆଡମ୍ବର ବୋଇତ ବନ୍ଦାଣ କରି ଡ଼ଙ୍ଗା ଭସାଇ ପାଳନ କରାଯାଏ!ସେହି ପରି କେଉଁ ଆଦିମ କାଳରୁ ଏହି ପର୍ବ କୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଂକୁଲୋଇ ଗ୍ରାମରେ ପାଳନ କରାଯାଇଆସୁଅଛି!ଚଳିତ ବର୍ଷ ଏହି ରାସ ପୁର୍ଣ୍ଣିମା ଅବସରରେ ବ୍ଲକ ପ୍ରଶାସନ, ଆଞ୍ଚଳିକ ବ୍ଲକ କଳାକାର ଓ ସଂସ୍କୃତି ସଂଘ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମ ରେ ବହୁ ଯାକ ଯମକରେ ଏହି ପର୍ବ ପାଳିତ ହୋଇଛି!ଏବଂ ଆଞ୍ଚଳିକ କଳାକାର ଓ ସଂକୃତି ସଂଘ ଦ୍ୱାରା ଆୟୋଜିତ ଦ୍ୱିତୀୟ ବ୍ଲକ ସ୍ତରୀୟ ମହୋତ୍ସବ ରେ ପ୍ରାୟ ଏକ 5ସହ ର ବିଭିନ୍ନ ପ୍ରକାରର ବିଲୁପ୍ତ ହେବାକୁ ବସିଥିବା ଲୋକ ବାଦ୍ୟ, ଓ ଲୋକ କଳା ଏଠାରେ ଦେଖିବାକୁ ମିଳିଥିଲା!ଏବଂ କଳାକାର ଙ୍କ ଏଭଳି ଉତ୍ସବ ସଂକୁଲୋଇ ଗ୍ରାମକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା!ଏହି କଳା ଉତ୍ସବ ରେ ଝlଲିଆ ଶବର, ପତର ସଉରା, ଘୁଡୁକି, ସିଂହାନୃତ୍ୟ, ନାମ, ହରେକୃଷ୍ଣ ମହାମନ୍ତ୍ର, କୃଷ୍ଣ ଲୀଳା, ପୌରାଣିକ କଥା ବସ୍ତୁ ଉପରେ ଆଧାରିତ ନୃତ୍ୟ ଭଳି ବ୍ଲକ ର ବିଭିନ୍ନ ସ୍ଥାନରୁ କଳାକାର ମାନେ ଉପସ୍ଥିତ ରହି କଳା ପରିଦର୍ଶନ କରିଥିଲେ!ଏହି ବିଶେଷ କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ!ସମ୍ମlନିତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ, ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ,୭ନଂ ଜୋନ ଜିଲ୍ଲା ପରିଷଦ ତଥା କଳାକାର ସଂଘ ର ଆଇନଜୀବୀ ବିଶ୍ୱଜିତ ମିଶ୍ର, ବିଡିଓ ରବୀନ୍ଦ୍ର କହଁର, ସ୍ଥାନୀୟ ସରପଞ୍ଚ ସୁସ୍ମିତା ଛନ୍ଦ, ଗ୍ରାମ୍ୟ ସଭାପତି ସତ୍ୟବାଦୀ ଚାଉଳିଆ ଉପସ୍ଥିତ ରହିଥିବା ସହିତ ଏହି ମହୋତ୍ସବ କାର୍ଯ୍ୟକ୍ରମ କୁ କଳାକାର ସଂଘ ର ସଭାପତି ସତ୍ୟନାରାୟଣ ପ୍ରଧାନ,ଉପସଭାପତି ମଦନ କର୍ମୀ, ସମ୍ପାଦକ ଅର୍ଜୁନ ଭୋକ୍ତା, ସହ ସମ୍ପାଦକ ଅଜିତ ମାହାର, କୋଷାଧକ୍ଷ ଶୁଭେନ୍ଦୁ ଯୋଶୀ, ଆବାହକ ମାନଭଞ୍ଜନ ମହାପାତ୍ର, ଶିକ୍ଷାବିତ ବୀରେନ୍ଦ୍ର ବାରିକ ଙ୍କ ସମେତ ହଜାର ହଜାର ଦର୍ଶକ ଉପସ୍ଥିତ ରହି କଳାକାର ମାନଙ୍କ କଳା ପ୍ରଦର୍ଶନ କୁ ଉପଭୋଗ କରିଥିଲେ!ଏହି ରାସ ପୁର୍ଣିମା ହରଭଙ୍ଗା ଠାରେ ମଧ୍ୟ ବହୁ ସମାରୋହରେ ପାଳିତ ହୋଇଛି

Post a Comment

Previous Post Next Post