ନୂଆପଡ଼ା (ପରମେଶ୍ବର ମେହେର) ଆଜି ନୂଆପଡା ଜିଲ୍ଲା ଗରିବସେନା ସଂଗଠନ ତରଫରୁ ଗଣଧାରଣା ସହିତ ଜିଲ୍ଲାପାଳ କୁ ଦାବିପତ୍ର ପ୍ରଦାନ କରାଯାଇଛି । ଗରିବସେନା ଜିଲ୍ଲା ଆବାହକ ରବି ମଙ୍ଗରାଜ ଙ୍କ ନେତୃତ୍ୱ ବହୁ ଗରିବସେନା ର କାର୍ଯ୍ୟକର୍ତା ଉପସ୍ଥିତ ରହିଥିଲେ । ଜିଲ୍ଲାର ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଘର ଯୋଗାଇବା ଓ ବିଭିନ୍ନ ମୌଳିକ ସୁବିଧା ଯୋଗାଇବା ଏବଂ ବିଭିନ୍ନ ବିଭାଗରେ ହେଉଥିବା ଦୁର୍ନୀତିର ତଦନ୍ତ ଓ କାର୍ଯ୍ୟନୁଷ୍ଠାନ ଦାବିରେ ଆଜି ନୂଆପଡା ଜିଲ୍ଲା ପାଳ ଅଫିସ ସମ୍ମୁଖରେ ଧାରଣା ରେ ବସିବା ସହିତ ଜିଲ୍ଲାପାଳ କୁ ଦାବିପତ୍ର ପ୍ରଦାନ କରିଥିଲେ । ସଂଗଠନ ର ପ୍ରମୁଖ ଦାବି ହଉଛି ଜିଲ୍ଲାର 70ହଜାର ଯୋଗ୍ୟ ହିତାଧିକାରୀଙ୍କୁ ଯଥା ଶୀଘ୍ର ଆବାସ ଘର ଯୋଗାଇବା,ଏବଂ ଘରର ଟଙ୍କା ୨ଲକ୍ଷ୍ୟ ୫୦ହଜାର,କୁ ବୃଦ୍ଧି କରାଯିବା, ଯୋଗ୍ୟ କାଳିଆ ହିତାଧିକାରୀ କୁ କାଳିଆ ଟଙ୍କା ପ୍ରଦାନ,ହରିଶଚନ୍ଦ୍ର ଯୋଜନା ରେ ଟଙ୍କା ପ୍ରଦାନ,ନୂତନ ରାସନ୍ କାର୍ଡ ପ୍ରଦାନ,ଲଖନା ଠାରେ ଏକ phc ହସ୍ପିଟାଲ ନିର୍ମାଣ,ବୁଢ଼ା ବୁଢ଼ୀ ମାନଙ୍କୁ ତାଙ୍କ ମାସିକ ବାର୍ଦ୍ଧକ୍ୟ ଭତ୍ତା ଘରେ ପହଞ୍ଚାଇବା ପ୍ରମୁଖ ଦାବିକୁ ନେଇ ଆଜି ଜିଲ୍ଲା ଗରିବସେନା ପକ୍ଷରୁ ୨୨ ଦଫା ଦାବିପତ୍ର ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ ।

Post a Comment