ଖଡ଼ିଆଳ ପୋଲିସ କୁ ବଡ଼ ସଫଳତା, ୬ଜଣ ଅଭିଯୁକ୍ତ ଙ୍କୁ ଗିରଫ ଏବଂ ୨୨ ଗୋଟି ଚୋରି ବାଇକ ଉଦ୍ଧାର, ୬ ଅଭିଯୁକ୍ତ ଗିରଫ, ଦୁଇ ମୁଖ୍ୟ ଅଭିଯୁକ୍ତ କୋର୍ଟ ଚଳାନ


ନୂଆପଡ଼ା ( ପରମେଶ୍ବର ମେହେର) ଜିଲ୍ଲା ଖଡ଼ିଆଳ ପୋଲିସ ପକ୍ଷରୁ ବଡ ସଫଳତା ମିଳିଅଛି। ଦୁଇ ମୁଖ୍ୟ ଅଭିଯୁକ୍ତ ଙ୍କୁ କୋର୍ଟ ଚଳାନା କରିବାକୁ ଥିବା ବେଳେ ଅନ୍ୟ ୪ ଅଭିଯୁକ୍ତଙ୍କୁ ତଗିତ କରି ଜାମିନ ରେ ଛାଡି ଦିଆଯିବ ବୋଲି ଖଡ଼ିଆଳ ଏସ୍ଡିପିଓ ସନ୍ତକ ଜେନା ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି। ଆଜି ଏସ୍ଡିପିଓ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଅଛି। ଖଡ଼ିଆଳ ନରସିଂପୁର ନିକଟସ୍ଥ ବସବାସ କରୁଥିବା ଶ୍ରୀକାନ୍ତ ବିହାରୀ ଙ୍କ ଅଭିଯୋଗ କୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିଲେ। ୩୦ ଜୁନ ରେ ତାଙ୍କ ବାଇକ ଚୋରି ହୋଇଥିବା ବେଳେ ଖୋଜା ଖୋଜି କରିବାରୁ ମିଳିନଥିଲା। ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି କେଶ ନମ୍ବର -୪୫୫/୭.୧୧.୨୦୨୨ ରେ ମାମଲା ରୁଜୁ ହୋଇଅଛି।ମୁଖ୍ୟ ଦୁଇ ଅଭିଯୁକ୍ତ ଚାନ୍ଦୋପଲା ଗ୍ରାମର ତ୍ରିଲୋଚନ ଶବର ଏବଂ ଟାଙ୍ଗରିପଡା ଗୋବର୍ଦ୍ଧନ ନାଗଙ୍କ ସହ ଅନ୍ୟ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ୨୨ ଗୋଟି ଚୋରି ବାଇକ ଉଦ୍ଧାର ହୋଇଅଛି। ସାମ୍ବାଦିକ ସମ୍ମିଳନୀରେ ଖଡ଼ିଆଳ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି,ଏସ ଆଇ ଦୁର୍ଗା ପ୍ରଶାଦ ସାହୁ,ଏସ ଆଇ ତାରାକାନ୍ତ ବିଶ୍ବାଳ, ଏଏସଆଇ ଧାନେଶ୍ୱର ମାଝୀ, ପ୍ରମୁଖ ଯୋଗ ଦେଇଥିଲେ।

Post a Comment

Previous Post Next Post