ଗଞ୍ଜେଇ ଚାଷ ଲୋପ ପାଇଁ ଆକ୍ସନ ମୋଡରେ ବୌଦ୍ଧ ଜିଲ୍ଲା ବନ ବିଭାଗ ଓ ପୋଲିସ


ହରଭଙ୍ଗା : (ସୁଶାନ୍ତ କୁମାର ବେହେରା ).ବୌଦ୍ଧ ଜିଲ୍ଲାରେ ଏବେ ଆକ୍ସନ ମୋଡରେ ବନ ବିଭାଗ ଓ ପୋଲିସ ସମ୍ପୂର୍ଣ୍ଣ ରୂପେ ଗଞ୍ଜେଇ ଚାଷକୁ ନଷ୍ଟ କରିବାକୁ ଅଣ୍ଟା ଭିଡ଼ିଥିବା ବେଳେ ଚିର ନିଦ୍ରାରେ ଅବକାରୀ ବିଭାଗ । ସେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ଧରିବା କଥା ହେଉ କି ଜଙ୍ଗଲ ଜମିରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିବାକୁ ସମ୍ପୂର୍ଣ୍ଣ ରୂପେ ପୋଲିସ ଆକ୍ସନ ମୋଡରେ ଥିବା ବେଳେ ଅବକାରୀ ବିଭାଗ ତରଫରୁ ସେତେ ତତ୍ପରତା ଦେଖିବାକୁ ମିଳୁନାହିଁ। ମନମୁଣ୍ଡା ଫରେଷ୍ଟ ରେଞ୍ଜ ସୁଣ୍ଢି ପଞ୍ଚାୟତ ପେନାଯୋର ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ୬ ନମ୍ୱର କମ୍ପlର୍ଟମେଣ୍ଟ ଖଜୁରୀ ଖୋଳ ଜଙ୍ଗଲରୁ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ କରିଛି ମନ ମୁଣ୍ଡା ବନବିଭାଗ । ମନ ମୁଣ୍ଡା ଫରେଷ୍ଟ ରେଞ୍ଜର ଶ୍ରୀବତ୍ସ କୂମୁରା ଙ୍କ ନେତୃତ୍ୱରେ ଜଙ୍ଗଲର ୭ ହେକ୍ଟର ଜାଗାରେ ହୋଇଥିବା ପ୍ରାୟ ୨୫ ହଜାର ଗଞ୍ଜେଇ ଗଛ କୁ ନଷ୍ଟ କରିଛି ବନ ବିଭାଗ।ଏହି ଚଢ଼ାଉରେ ଶ୍ରୀ କୂମୂରା, ବୌଦ୍ଧ ରେଞ୍ଜର ନିହାର ରଞ୍ଜନ ମଲ୍ଲିକ, କଣ୍ଟାମାଳ ରେଞ୍ଜର ଖିରାବଧି ପ୍ରଧାନ,ଫରେଷ୍ଟର ପ୍ରକାଶ ଚନ୍ଦ୍ର ସେଠୀ, ଦେବକାନ୍ତ ବେହେରା ,ମାଳତୀ ମାଝୀ,ପ୍ରମୁଖ ସାମିଲ ଥିବା ବେଳେ ଅନ୍ୟପଟେ ମନ ମୁଣ୍ଡା ପୋଲିସ ପକ୍ଷରୁ ଥାନା ଅଧିକାରୀ ଅଶ୍ଵିନୀ ଭିତିରିଆ ଙ୍କ ନେତୃତ୍ୱରେ ପେନାଯୋର ସଂରକ୍ଷିତ ଜଙ୍ଗଲ ୩୩ ଏକର ଜଙ୍ଗଲ ଜମିରେ ଲାଗିଥିବା ପ୍ରାୟ ୪୯ ହଜାର ୫ ସହ ଗଞ୍ଜେଇ ଗଛ ନଷ୍ଟ କରିଥିବା ସୂଚନା ମିଳିଛି ସେହିପରି କଣ୍ଟାମାଳ ଥାନା ଅଧିକାରୀ ନଳିନୀକାନ୍ତ ଦାସ ଙ୍କ ନେତୃତ୍ୱରେ ପୋଲିସ ଚଢ଼ାଉ କରି ୫୦ ଏକର ପରିମିତ ଜଙ୍ଗଲ ଜମିରେ ହୋଇଥିବା ବେଆଇନ୍ ୭୫ ହଜାର ଗଞ୍ଜେଇ ଗଛ ନଷ୍ଟ ହୋଇଥିବା ପୋଲିସ ସୂତ୍ରରୁ ପ୍ରକାଶ।

Post a Comment

Previous Post Next Post