ସୁବର୍ଣ୍ଣପୁର (ଗଣପତିବାଘ) ରାଜ୍ୟ ଜନସ୍ବାସ୍ଥ୍ୟ ଯାନ୍ତ୍ରୀକ କର୍ମଚାରୀ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ସି ଏଲ ଆର ଓ ଏଚ ଆର ଅସ୍ଥାୟୀ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ରାଜ୍ୟ ଯାନ୍ତ୍ରୀକ କର୍ମଚାରୀ ଜୋନାଲ ସେକ୍ରେଟେରୀ ସମ୍ବଲପୁର ଜୋନର ଶଦାଶିବ ବିଶୋଇଙ୍କ ନେତୃତ୍ବରେ ଅସ୍ଥାୟୀ କର୍ମଚାରୀମାନେ ସ୍ଥାନୀୟ ଏନଜିଓସିସି ହଲ ଠାରେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ।ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ ।ସୁବର୍ଣ୍ଣପୁର ଜିଲ୍ଲା ଜନସ୍ବାସ୍ଥ୍ୟ ବିଭାଗରେ ଦୀର୍ଘ ୨୦ରୁ ୨୫ ବର୍ଷ ହେଲା ସି ଏଲ ଆର, ଓ ଏଚ ଆର ଅସ୍ଥାୟୀ କର୍ମଚାରୀମାନେ କାର୍ଯ୍ୟ କରି ଆସୁଛନ୍ତି ।ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କାର୍ଯ୍ୟରେ ଏହି କର୍ମଚାରୀମାନେ ଖରା, ବର୍ଷା ଓ ଶୀତକୁ ଖାତିର ନ କରି ନିଜ ନିଜର କର୍ତ୍ତବ୍ୟର ସଂପାଦନ କରି ଆସୁଛନ୍ତି । ଗତ ୧୫ତାରିଖରେ ସରକାର ରାଜ୍ୟର ୫୭ହଜାର ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଘୋଷଣା କରିଛନ୍ତି ।ହେଲେ ଜଳ ଯୋଗାଣ ଭଳି ଏକ ଅତ୍ୟାବଶ୍ୟକୀୟ ସେବା ସଂସ୍ଥାରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଆସୁଥିଲେ ମଧ୍ୟ ଏହି କର୍ମଚାରୀମାନେ ଏଥିରୁ ବାଦ୍ ପଡିଛନ୍ତି । ଫଳରେ ସେମାନେ ସ୍ବଳ୍ପ ବେତନରେ ନିଜର ଦୈନଦିନ ଜୀବନ ବଡ ଦୁଃଖ ଓ ନୈରାଶ୍ୟରେ କାଟୁଛନ୍ତି । ସେଥିପାଇଁ ଏହି କର୍ମଚାରୀମାନେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।ଆଗାମୀ ୧୫ ଦିନ ମଧ୍ୟରେ ଉଚିତ ପଦକ୍ଷେପ ନିଆଯାଇ ସ୍ଥାୟୀ ନିଯୁକ୍ତି ଦିଆନଗଲେ ଆଗକୁ ଆନ୍ଦୋଳନ ଆହୁରି ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି ।

Post a Comment