ବାଇକ ଦୁର୍ଘଟଣା ଗ୍ରସ୍ତ ରେ ଜଣେ ମୃତ


ହରଭଙ୍ଗା (ସୁଶାନ୍ତ କୁମାର ବେହେରା ) ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତକରଞ୍ଜକଟା ପଂଚାୟତ ଲୁକାପଡ଼ା ଛକ ଠାରେ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ଜଣେ ଯୁବକ ର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ପ୍ରାପ୍ତ ସୂଚନା ମତେ କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସାନୁଜ ମଳିକ (୨୩)କରଞ୍ଜକଟା କୁ କୈlଣସି କାମରେ ଆସି ନିଜ ଗ୍ରାମକୁ ଫେରିଥିବା ସମୟରେ ଗୁରୁବାର ଦିନ ସାଢ଼େ ୧ ସମୟରେ ଲୁକାପଡ଼ା ଛକ ଠାରେ ବାଇକ ଭାରସାମ୍ୟ ହରାଇ ଏକ ଗଛରେ ବାଡେଇ ହୋଇଥିଲେ। ଏଥିରେ ସାନୁଜ ଗୁରୁତର ହୋଇଥିଲେ ।ଖବର ପାଇ ଚାରିଛକ ଅଗ୍ନିସମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଙ୍କୁ ଉଦ୍ଧାର କରି ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ।ସେଠି ଡାକ୍ତର ସାନୁଜ କୁ ମୃତ ଘୋଷଣା କରିଥିଲେ ।ପୁରୁଣା କଟକ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ସବ ଜବତ କରିବା ସହ ତଦନ୍ତ କରୁଛି ।

Post a Comment

Previous Post Next Post