ଜବାହଲାଲ ନେହେରୁ ଆଦିବାସୀ କ୍ଳବର ନୂଆଖାଇ ଭେଟ କାର୍ଯ୍ୟକ୍ରମ


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ଚଟୁଅନକା ଗ୍ରାମ ପଂଚାୟତର ଚଟୁଅନକା ଗ୍ରାମରେ ଜବାହାରଲାଲ ନେହେରୁ ଆଦିବାସୀ କ୍ଳବ ଦ୍ଵାରା ଚତୁର୍ଥ ବର୍ଷ ନୂଆଖାଇ ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଚଟୁଅନକା ପଂଚାୟତର ସରପଞ୍ଚ ଜ୍ଞାନ ରଞ୍ଜନ ତାଣ୍ଡି ମୁଖ୍ୟଅତିଥି ଓ ନିର୍ଝରିଣୀ ଅନୁଷ୍ଠାନର ସଂପାଦକ ତଥା ସଂଗଠକ ବିରଂଚି ନାରାୟଣ ଦାଶ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।ସର୍ବ ପ୍ରଥମେ ଗାଁର ଗୌନ୍ତିଆ ଧନୁର୍ଯ୍ୟ ମାଝୀ ମଞ୍ଚରେ ମାଁ ଲକ୍ଷ୍ମୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପୂଜାର୍ଚ୍ଚନା କରିଥିଲେ।

ମଞ୍ଚରେ ଆସନ ଆଳଙ୍କୃତ କରିଥିବା ସମ୍ମାନିତ ଅତିଥି ଥମିର ଛତ୍ରିଆ, କବିରାଜ ପୁଟେଲ,ମାୟାଧର ପୁଟେଲ, ଚମରୁ ମାଝୀ ଆଦି ନୂଆଖାଇର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ।କ୍ଳବର ସଭାପତି ସହଦେବ ମାଝୀ ସ୍ୱାଗତ ଅଭିଭାଷଣ ଦେବା ସହିତ ସଂପାଦକ ଜନକ ମାଝୀ ସଂପାଦକୀୟ ବିବରଣୀ ପାଠ କରିଥିଲେ। ମଂଚାସୀନ ସମସ୍ତ ଅତିଥି ମାନଙ୍କୁ ମୁଣ୍ଡରେ ପଗଡି ବାନ୍ଧି ସମ୍ମାନିତ କରାଯାଇଥିଲା ତ।ସହିତ 
ଭାଗବତ କମିଟିକୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା।ତାପରେ ନୃତ୍ୟ ପ୍ରତିଯୋଗିତା ହୋଇଥିଲା। ଏହି ପ୍ରତିଯୋଗିତାରେ ଥମିର ଛତ୍ରିଆ, ପୂର୍ଣ୍ଣଚନ୍ଦ୍ର ନିଆଲ ଓ ଶୋଭିତ ତାଣ୍ଡି ବିଚାରକ ଭାବେ ଶ୍ରୁତି ବୈକାରଙ୍କୁ ପ୍ରଥମ, ବିନ୍ଦାସ ଡେନ୍ସ ଗୃପକୁ ଦ୍ୱିତୀୟ ଓ ଭୁଜ ମାଝୀଙ୍କୁ ତୃତୀୟ ପୁରସ୍କାର ବିଜେତା ଭାବେ ଘୋଷଣା କରିଥିଲେ।ପନ୍ଦର ଗୋଟି ନୃତ୍ୟ ଦଳକୁ ପ୍ରମାଣ ପତ୍ର ଓ କପ ପ୍ରଦାନ କରାଯାଇଥିଲା। ବିଜେତା ମାନଙ୍କୁ କପ,ପ୍ରମାଣପତ୍ର ଓ ନଗଦ ରାଶି ପ୍ରଦାନ କରାଯାଇଥିଲା। 


ମଂଚ ପରିଚାଳନା ଦୀନବନ୍ଧୁ ବଗର୍ତ୍ତୀ କରିଥିଲେ ଓ ଉପ ସଭାପତି ବିଶିକେଷନ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଚଟୁଅନକା ଭାଗବତ କମିଟିର ସଭ୍ୟଗଣ,କ୍ଳବର ସଭ୍ୟ ଗୋବିନ୍ଦ ମାଝୀ, ସୁବାଷ ମାଝୀ, ଦଶରଥ ମାଝୀ,ମୁଖରାମ୍ ମାଝୀ, କିଶୋର ମାଝୀ, କପୂର୍ଚନ୍ ମାଝୀ, ନନ୍ଦକିଶୋର ମାଝୀ, ଡୁଲାମଣି ମାଝୀ, ଦେବରାଜ ମାଝୀ, ମହନ ମାଝୀ, ରାଜକୁମାର ମାଝୀ,ପ୍ରେମ ମାଝୀ, ଗୋବିନ୍ଦ ମାଝୀ,ତପନ ମାଝୀ, ଧରମେଶ ମାଝୀ, ଭୀମ ମାଝୀ,ରୂପା ମାଝୀ,ଦୁର୍ଜନ ମାଝୀ, ଭାଗ୍ୟ ମାଝୀ,ବିଶାଲ ମାଝୀ, ମତିରାମ୍ ମାଝୀ, ତଥା ଚଟୁଅନକା ଗ୍ରାମବାସୀ ସହଯୋଗ କରିଥିଲେ।

Post a Comment

Previous Post Next Post