ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀକକ୍ଷଠାରେ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ଯୋଜନା କାର୍ଯ୍ୟକାରୀତା ନେଇ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଉନ୍ନୟନମୂଳକ ଯୋଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ଜାଗା ମିଶନ,ମୁକ୍ତା,ଆହାର,ସ୍ମାର୍ଟ ଏଲଇଡି ଲାଇଟ ଉପରେ ବିଷଦ ଭାବରେ ଧାର୍ଯ୍ୟ ଲକ୍ଷ ଓ ପ୍ରକଳ୍ପ ଗୁଡିକର ଅଗ୍ରଗତି ନେଇ ଆଲୋଚନା ହୋଇଥିଲା । ବୌଦ୍ଧ ସହର ପାଇଁ ମାଷ୍ଟର ପ୍ଲାନ କାର୍ଯ୍ୟକାରୀତା ନେଇ ବୈଠକରେ ଗୁରୁତ୍ୱ ଦିଆଯିବା ସହିତ ଆସନ୍ତା ୭ ଦିନ ମଧ୍ୟରେ ଏହାର ଅଗ୍ରଗତି ସଂପର୍କରେ ପୁଣିଥରେ ସମୀକ୍ଷା କରାଯିବାକୁ ଜିଲ୍ଲାପାଳ ଶ୍ରୀସାହୁ ପ୍ରକାଶ କରିଥିଲେ । ବ୍ୟବସାୟୀ ସଂଘର ବୈଠକ ଡକାଯାଇ ପ୍ଲାଷ୍ଟିକ ବର୍ଜନ ସଂପର୍କରେ ଆଲୋଚନା କରାଯିବା ସହିତ ଉକ୍ତ ବୈଠକରେ ପ୍ଲାଷ୍ଟିକ ବର୍ଜନ ସହିତ ରହିଥିବା କଟକଣା ଓ ଜୋରିମାନା ସଂପର୍କରେ ମଧ୍ୟ ଆଲୋଚନା କରାଯିବ । ସହରର ବିଭିନ୍ନ ସ୍ଥାନରେ ଥିବା ମାଂସ ଦୋକାନ ଗୁଡିକ ହଟାଯାଇ ଜରିଖଣ୍ଡି ନିକଟରେ ନିର୍ମିତ ନିର୍ଦ୍ଦିଷ୍ଟ ଦୋକାନ ଗୃହକୁ ସ୍ଥାନାନ୍ତର କରାଯିବ । ମିଶନ ଶକ୍ତି ଗୃପକୁ ନୂତନ ପ୍ରୋଜେକ୍ଟ ଉପରେ ତାଲିମ ପ୍ରଦାନ ପାଇଁ କମ୍ୟୁନିଟି ଅର୍ଗାନାଇଜର ସୁପର୍ଣ୍ଣା ମହାନ୍ତିଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ବିଭିନ୍ନ ସ୍ଥାନରେ ଚାଲିବା ପାଇଁ ଟ୍ରାକ୍ ନିର୍ମାଣ କରାଯାଇ ଲୋକମାନଙ୍କ ମନରେ ଚାଲିବା ଅଭ୍ୟାସ ସୃଷ୍ଟି ଉପରେ ଯତ୍ନବାନ ହେବା ସହିତ ମର୍ଜାକୁଦ ବ୍ରିଜ ଉପରେ ଲାଇଟ ବ୍ୟବସ୍ଥା କରାଯିବା ନେଇ ପୁର୍ତ୍ତ ବିଭାଗ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ମିଳିତ ଭାବରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ମଳ ଉପଚାର କେନ୍ଦ୍ରକୁ ସବୁଦିନିଆଁ ରାସ୍ତା ନିର୍ମାଣ ପାଇଁ ଜଳସେଚନ ବିଭାଗ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କି ପ୍ରକାର ପଦକ୍ଷେପ ନେଇଛନ୍ତି ସୂଚନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମୋ ଖତର ଅଧିକ ଉତ୍ପାଦନ ଓ ବିକ୍ରୟ ଉପରେ ଧ୍ୟାନ ଦେବାକୁ ସାନିଟେସନ ଏକ୍ସପର୍ଟ ସୁନିଲ ପ୍ରଧାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଏପିଡି ପ୍ରତାପ କୁମାର ପ୍ରଧାନ, ଉପଜିଲ୍ଲାପାଳ ସନତ କୁମାର ନାଏକ,ତହସିଲଦାର ଦେବୀପ୍ରସାଦ ଦାଶ,ପୁର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାତ ଦାସ,ନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡା,କନିଷ୍ଠ ଯନ୍ତ୍ରୀ ପବିତ୍ର ମୋହନ ପ୍ରଧାନ, ଜାଗା ମିଶନ ସଂଯୋଜକ ରାହୁଲ ପାଲ,ପ୍ରତ୍ୟୁଷ ବାରିକ୍,ଓମ ବେରିହା,ନମ୍ରତା ବେହେରା,ପ୍ରଫୁଲ୍ଲ କୁମାର ପଟ୍ଟନାୟକ ଓ ସନତ କୁମାର ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ ।
ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ଯୋଜନା କାର୍ଯ୍ୟକାରୀତା ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ
ଆଜତକ ଓଡ଼ିଶା
0
Post a Comment