୧୮ ତମ ନୂଆଖାଇ ଭେଟ୍ ଘାଟ ଆୟୋଜନ ରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ


ତୁରେକେଲା (ଆଜତକ୍ ଓଡ଼ିଶା) ବାର ମାସେ ତେର ଯାତରା , ଓଡ଼ିଶାର ସଂସ୍କୃତି ପରମ୍ପରା ଓଐତିହ୍ୟ ସବୁଠୁ ମହାନ୍ । ପଶ୍ଚିମ ଓଡ଼ିଶାର ଚିରାଚରିତ , ଚାଷୀ ପୁଅ ପରଜା , ଭାଈ ଚାରା ର ଗଣପର୍ବ ନୂଆଖାଇ ,ମଧ୍ୟ ଆମ ପଶ୍ଚିମ ଓଡିଶା ର ଏକ ମହାନ୍ ପର୍ବ । ନୂଆ ଧାନ ସାଙ୍ଗକୁ ନୂଆଁ ଲୁଗା ପଟା , ଘର ଦ୍ବାର ସଫା ସୁତୁରା ଅନେଗୁଡ଼ିଏ ଏହାର ବିଶେଷତ୍ୱ ରହିଅଛି । ଯିଏ ଯେଉଁଥି ରହୁନା କାହିଁକି ନୂଅାଁଖାଇ ଆସିଲା ମାତ୍ରେ ନିଜ ଘର, ଜନ୍ମ ଭୂମୀ କୁ ଫେରି ଭାଈ ଭାଈ ଏକାଠି ବସି ନବାନ୍ନ ଭକ୍ଷଣ କରିଥାନ୍ତି । ଏଥି ସାଙ୍ଗକୁ ଅଗ୍ରପୂଜ୍ୟ ଗଣେଶ ଚତୁର୍ଥୀ ଓ ନୂଅାଁଖାଇ ଭେଟ ଧୁମଧାମରେ ପାଳିତ ହୁଏ । ସେଥି ଭିତରୁ ବାଦ୍ ପଡିନି ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍ କ ନ୍ଦେଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଟିକ୍ରା ପଡା ଗାଆଁ ରେ । ବଡ଼ ଧୁମ୍ ଧାମ ରେ ପାଳିତ ହେବ ସାଙ୍ଗକୁ ନାଚ ଗୀତା ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା । ଅନେକ ଦୁର ଦୁରନ୍ତରୁ ପ୍ରତିଯୋଗୀ ମାନେ ଆସି ଅଂଶ ଗ୍ରହଣ କରିଥିଲେ ଓ ଉପସ୍ଥିତ ଦର୍ଶକ ଦର୍ଶିକା କୁନା କୁନି ପିଲା ଛୁଆ ମାନେ ରଂଗା ରଂଗ କାର୍ଯ୍ୟକ୍ରମକୁ ରାତି ସାରା ଦର୍ଶକ ଆନନ୍ଦ ଉପଭୋଗ କରିଥିଲେ ।
ଏଥିରେ ମୂଖ୍ୟ ଅତିଥି ଭାବରେ , ବିଜେଡି ଜିଲ୍ଲା ସଭାପତି ତଥା କଣ୍ଟାବାଞ୍ଜି ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀ ଅଜୟ ଦାସ୍ ଯୋଗ ଦେଇ ତାଙ୍କର ଅଭି ମତ ରଖିଥିଲେ । ସମ୍ମାନିତ ଅତିଥି ଶ୍ରି ସସିଧ୍ୱଜ୍ ଭାଇ , ଶାନ୍ତନୁ ବିଭାର, ଲକମନ ପୁଟେଲ୍ ଯୋଗ ଦେଇଥିଲେ । ନିରବଚ୍ଛିନ୍ନ ଭାବରେ ଦୀର୍ଘ ୧୮ ବର୍ଷ ଧରି ତିକ୍ରା ପଡା ଗଣେଶ ପୂଜା କମିଟି ଙ୍କ ଏଭଳି ଏକ ସୁନ୍ଦର ଓ ମନୋମୁଗ୍ଧ କର କାର୍ଯ୍ୟକ୍ରମ କୁ ସ୍ଥାନୀୟ କଳାକାର, ଯୁବ ଗୋଷ୍ଠୀ , କଳା ପ୍ରେମୀ ମାଁ ଭଉଣୀ ପ୍ରସଂସା କରିଥିଲେ । ଏଥିରେ ୧୬ ଜଣ ପ୍ରତିଯୋଗୀ ଭାଗ ନେଇ ଥିଲେ ଓ ସଙ୍ଗୀତ ର ତଳେ ତାଳେ ସମ୍ବଲପୁରୀ ରେ ନାଚ ଗୀତ କୁ ଲୋକେ ମନରଞ୍ଜନ୍ କରିଥିଲେ ।
ଗଣେଶ ପୂଜା କମିଟି ସଦସ୍ୟ ଶ୍ରୀ ଲିଙ୍ଗ ରାଜ୍ ପୁଟେଲ୍( ସଭାପତି), ଦେବରାଜ ପୂ ଟେଲ (ସରପଞ୍ଚ), କୋବିତ୍ ପୂତେଲ , ରତ୍ନାକର ପୁ ଟେ ଲ , ବିହାରିଲାଲ୍ ପୁ ଟେଲ୍ , ଦିଲିପ୍ ପୁଟେଲ, ସୁରେଶ୍ ପୁୁ ଟେ ଲ (ଗଣେଶ ପୂଜା (କର୍ତ୍ତା) ଅକ୍ଷୟରାମ ପୁ ଟେ ଲ ( ଗୌନ୍ତିଆ) ଆଉ ଗାଆଁ ର ସମସ୍ତେ ପୂଜା କମିଟି ର ସଦସ୍ୟ ଉପସ୍ଥିତ ରେ କାର୍ଯ୍ୟକ୍ରମ ସଫଳିତ ହୋଇଥିଲା । ମଞ୍ଚ ପରିଚାଳନା ଶ୍ରୀ ତୁଳସୀ ରାମ୍ ଜଗତ (ସାମ୍ବାଦିକ କଣ୍ଟାବାଞ୍ଜି ) ଲକ୍ମି କାନ୍ତ ସରାଫ (ବଡବାଙ୍କି), ସୁଶାନ୍ତ ଭୂଇଁ ଆଁ (ପରିବେଷଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ) ନାଚ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ବିଚାରକ ଭାବରେ କଣ୍ଟାବାଞ୍ଜି ରୁ ପ୍ରଶାନ୍ତ ଖୁରାା (ଆଲବମ୍ ଅଭିନେତା)
ରାଜ ଖଡିଆୟାଲ୍ ରୁ ଶିବ ପ୍ରକାଶ ଝା , ଚନ୍ଦ୍ର କୈବର୍ତ୍ତ, ସ୍ନେହ ରଞ୍ଜନ ମହାନ୍ତି କୁ ବିଚାର ନିଷ୍ପତ୍ତି ର ଗୁରୁ ଦାୟିତ୍ଵ ଦିଆଯାଇଥିଲା । ପ୍ରତିଯୋଗୀ ମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ସହିତ ଟ୍ରଫି ଓ ୨ ଗ୍ରାମ ସୁନା ମୁଦି ରାଶି ସିନାପାଲି ଗୁଲମୁଣ୍ଡର କଳା କାର୍ ମାନଙ୍କୁ ପ୍ରଥମ ପୁରସ୍କାର ପ୍ରଦାନ କର ଯାଇଥିଲା । ୨ ୟ ୩ ୟ ସ୍ଥାନ ରେ ଯଥାକ୍ରମେ ଆର୍ୟା ଡ଼ାନ୍ସ ଗ୍ରୁପ୍ ଓ ମାଁ ମଉଳି ଡ଼ା ନସ ଗ୍ରୁପ୍ କୁ ଆର୍ଥିକ ରାଶି ସହ ମାନ ପତ୍ର ପ୍ରଦାନ କରାଯାଇଥିଲା ଏବଂ ବାକୀ ଅଂଶଗ୍ରହଣ ପ୍ରତିଯୋଗୀ ମାନଙ୍କୁ ସନ୍ତାନମୂଳକ ପୁରସ୍କାର ପ୍ରଦାନ କରାଗଲା ।

Post a Comment

Previous Post Next Post