ନୂଆପଡା ଜିଲ୍ଲା ଖରିଆର ବ୍ଲକ ଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟୀ ଏକ ନୂତନ 17 ଜଣିଆ କମିଟି ଗଠନ

 

ନୂଆପଡ଼ା (ପରମେଶ୍ବର ମେହେର) ନୂଆପଡା ଜିଲ୍ଲା ଖରିଆର ବ୍ଲକ ଠାରେ ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟୀ ର ସର୍ବପ୍ରଥମ ସମ୍ମେଳନୀ ଆୟୋଜନ କରାଯାଇଥିଲା ଓ ଏହି ସମ୍ମେଳନୀ ରେ ନୂଆପଡା ଜିଲ୍ଲା ପାଇଁ ଏକ ନୂତନ କମିଟି ଗଠନ କରାଯାଇଥିଲା , ଏହି ସମିଳନୀ ରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସହ ସମ୍ପାଦକ ଖିରୋଦ ସିଂ ଦେଓ ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟୀ ରାଜ୍ୟ ପରିଷଦ ର ସଭ୍ୟ ଏନ. ଗୋପାଳ ଉପସ୍ଥିତ ଥିଲେ, ନୂତନ କମିଟି ରେ ନିର୍ବାଚିତ ହୋଇଥିବା ସଦସ୍ୟ ଙ୍କ ନାମ, ବଂଶୀଧର ପ୍ରଧାନୀ ( ସମ୍ପାଦକ ) ରାଜ କୁମାର ରାଉତ ଓ ଧନେଶ୍ୱର ବଂଚୋର ( ସହ ସମ୍ପାଦକ ) ବିଶ୍ଵନାଥ କଟା ( କୋଷାଧକ୍ଷ ) ସଜନୀ ବଂଚୋର, ଲଷ୍ମୀ ତାଣ୍ଡି, ସରୋଜିନୀ ପ୍ରଧାନୀ, ଲଳିତା ଶବର, ଯୋଗଧ୍ୟାନ ବାରିକ, ନୃପ ପଟେଲ, ଭଦେବ ବେହେରା, ଆନନ୍ଦି ଚରଣ ଶାହ, ହରିସିଂ ନାଗ, ପରମେଶ୍ୱର ନାଏକ, କେଦାରନାଥ ମାଝୀ, ୟୋଗେଶ ଚନ୍ଦ୍ରକାର, ଓ ପ୍ରକାଶ ୟାଦବ ସଦସ୍ୟ ନିର୍ବାଚିତ ହୋଇଥିଲେ, ଜିଲ୍ଲା କାର୍ଯ୍ୟ କାରିଣୀ କମିଟି ରେ ସାତ ଜଣ ସଦସ୍ୟ ଙ୍କୁ ନିର୍ବାଚିତ କରାଯାଇଥିଲା, ଏହି ସାତ ଜଣଙ୍କୁ ଜିଲ୍ଲା ର ସବୁ କାର୍ଯ୍ୟକ୍ରମ କରିବାର ଦାଇତ୍ଵ ଦିଆଯାଇଛି।

Post a Comment

Previous Post Next Post