ସିପିଆଇ ର ୦୩ୟ ବୌଦ୍ଧ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ


ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଆଜି ୦୩ୟ ଜିଲ୍ଲା ସମ୍ମିଳନୀ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ଠାରେ ବୟୋଜେଷ୍ଠ ସିପିଆଇ ନେତା ସାଥି. ଭୀମସେନ ଘିବିଲାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲାସହ ସମ୍ପାଦକ ନେତ୍ରାନନ୍ଦ କହଁର ପାର୍ଟିର ଲଢୁଆ ପତାକାକୁ ଉତ୍ତୋଳନ କରିଥିଲେ । ଉଦଘାଟକ ଭାବେ ଏଆଇଓ୍ବାଇଏଫର ଜାତୀୟ ଉପସଭାପତି ଅବକାଶ ସାହୁ ଯୋଗଦେଇ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଓ ଆହ୍ବାନ ସମ୍ପର୍କରେ ଆଲୋଚନା କରିଥିଲେ । ପରିଶେଷରେ ଆଗାମୀ ୦୩ବର୍ଷ ପାଇଁ ଏକ ୧୯ଜଣିଆ ଜିଲ୍ଲା ପରିଷଦ ଗଠନ ସହ ଏହାର ସମ୍ପାଦକ ଭାବେ କଃ.ଭୀମସେନ ଘିବିଲା ଓ ସହ ସମ୍ପାଦକ ଭାବେ ପ୍ରଦୀପ କୁମାର ସାହୁ ଓ ନେତ୍ରାନନ୍ଦ କହଁର ନିର୍ବାଚିତ ହୋଇଥିଲେ ।

Post a Comment

Previous Post Next Post