ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ବ୍ଲକ ମୁଣ୍ଡିପଦର ପଂଚାୟର ମୁଣ୍ଡିପଦର ଗାଁ ରେ କେନାଲ ଫାଟି ଗାଁ ମଝିରେ ପଶିଲା ପାଣି ଗମନା ଗମନ ବାଧା ପ୍ରାପ୍ତ। ଏହି ରାସ୍ତା ଦେଇ ପାଖ ଅଂଚଳ ର ୧୫ଖଣ୍ଡ ଗାଁ ଲୋକ ଯିବା ଆସିବା କରନ୍ତି ଏବଂ ଏହି ରାସ୍ତା ଟି ଏନେଏଚ ୫୭କୁ ମୁଖ୍ୟ ସଂଯୋଗ କରୁଥିବା ହେତୁ ପ୍ରତ୍ୟକ ଦିନ ୧୫ଖଣ୍ଡ ଗ୍ରାମର ଜନସାଧାରଣ ଏବଂ ଛାତ୍ର ଛାତ୍ରୀ ମାନେ ଯିବା ଆସିବା କରନ୍ତି!ରାସ୍ତା ରେ ପାଣି ଲହଡି ମାରୁଥିବା ଫଳ ରେ ଲୋକେ ଦୁର୍ଘଟଣା ହେବାର ଆଶଙ୍କା ବହୁତ ଅଛି! ଏଣୁ ସ୍ଥାନୀୟ ପ୍ରଶାସନ ବିଭାଗ ର କର୍ମଚାରୀ ଓ ବ୍ଲକ ପ୍ରଶାସନ ମରାମତି କରି ସମାଧନ ଦିଗରେ ଉଚିତ ପଦକ୍ଷେପ ନେବା ପାଇଁ ଜନସାଧାରଣ ରେ ଦାବୀ ହେଉଛି।
ଗାଁ ମଝି ରାସ୍ତାରେ ଲହଡି ଭାଙ୍ଗୁଛି କେନାଲ ପାଣି : ଲୋକେ ହନ୍ତସନ୍ତ
ଆଜତକ ଓଡ଼ିଶା
0
Post a Comment