ବୋଳଂ ଶିବଶକ୍ତି ଏଣ୍ଟରପ୍ରାଇଜ ପକ୍ଷରୁ ମେଗା ରକ୍ତଦାନ ଶିବିର : ୧୯୩ ୟୁନିଟ ରକ୍ତ ସଂଗୃହୀତ


ବାଲେଶ୍ବର,(ପ୍ରଭାକର ମଲ୍ଲିକ) ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅର୍ନ୍ତଗତ ବୋଳଂ ଈଶ୍ୱର ଚନ୍ଦ୍ର ହାଇ ସ୍କୁଲ ପରିସରରେ ସ୍ଥାନୀୟ ଶିଵ ଶକ୍ତି ଏଣ୍ଟରପ୍ରାଇଜ ପକ୍ଷରୁ ରବିବାର ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଶିବିର କୁ ସିଂଲା ଥାନାଧିକାରୀ ପ୍ରଶାନ୍ତ କୁମାର ଜେନା ଉଦଘାଟନ କରି ରକ୍ତଦାନ ଏକ ମହତ କାର୍ଯ୍ୟ ବୋଲି କହିଛନ୍ତି।ଆଜି ରକ୍ତର ଅଭାବ ସର୍ବତ୍ର ପରି ଲକ୍ଷିତ ହେଉଛି।ଏହା ଏକ ମହତ ଉଦ୍ୟମ , ସେଥିପାଇଁ ଏହାର ଆୟୋଜକ ମାନେ ମହାନ ବୋଲି ସେ ମଧ୍ୟ କହିଛନ୍ତି।ଅତିଥି ଭାବରେ ଲଙ୍ଗଳେଶ୍ବର ଶିକ୍ଷକ ତାଲିମ କେନ୍ଦ୍ର ର ପ୍ରଧାନ ଶିକ୍ଷୟିତ୍ରୀ ଜୟ ମାଳା ସେଠୀ, ବାଲେଶ୍ୱର ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡ: ମହେଶ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ।ହାଇ ସ୍କୁଲର ରୋହିତ ଜେନା ,ଆଶୁତୋଷ ମଲ୍ଲିକ, ନମିତା ଜେନା ,ଶୁଭଙ୍କର ପାତ୍ର, ସୁଶାନ୍ତ ମିସ୍ତ୍ରୀ, ଦେବ ସ୍ମିତା ସାହୁ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ।ଗୌରୀ ମେଡ଼ିସିନ ଷ୍ଟୋର ର ମାନସ ରଞ୍ଜନ ମହାନ୍ତି, ଝାଡଶ୍ୱର ମୈକପ ,ଅମିତାଭ ଜେନା, ଯୁଧିଷ୍ଠିର ପଟ୍ଟା ୟତ ,ନିତ୍ୟାନନ୍ଦ ମହାନ୍ତି, ସୁକୁମାର ସାମନ୍ତ,ଚିନ୍ମୟ ପରିଡା,ଗୋପବନ୍ଧୁ ମଣ୍ଡଳ, ମାନସ ସାମନ୍ତ,ବିଶ୍ୱଜିତ ମୈକାପ ,ଉତ୍ତମ ଜେନା, ଖଗେନ୍ଦ୍ର ସାମନ୍ତ ,ରବୀନ୍ଦ୍ର ହଟେଇ, ହିମାଂଶୁ ବାରିକ,ରତ୍ନାକର ମହାକୁଡ଼,ସିଲୁ କର,ନୀଳ ମାଧବ ପଣ୍ଡା ପ୍ରମୁଖ ଏଥିରେ ସହଯୋଗ କରିଥିଲେ।ଶିବିର ରୁ ୧୯୩ୟୁନିଟ ରକ୍ତ ସଂଗୃହୀତ ହୋଇ ଥିଲା।

Post a Comment

Previous Post Next Post