ଜଣେ ଛାତ୍ରକୁ ଆଗକୁ ଯିବା ପାଇଁ ପରୋକ୍ଷରେ ବହୁ ଲୋକଙ୍କ ହାତ ଥାଏ।
କଠିନ ପରିଶ୍ରମ ଓ ଅଧ୍ୟବସାୟ ରହିଲେ ଜଣେ ଛାତ୍ର ନିଜକୁ ଯୋଗ୍ୟ ଭାବରେ ପ୍ରତି ପାଦିତ କରିପାରିବ।
ବାଲେଶ୍ବର,(ପ୍ରଭାକର ମଲ୍ଲିକ) ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କଲେ ସେ ଆହୁରି ଅଧିକ ଆଗକୁ ଯିବା ପାଇଁ ପ୍ରେରଣା ପାଇଥାଏ।ସେହିପରି ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ଜଣେ ଛାତ୍ର ବା ଛାତ୍ରୀର ଗୌରବ ବୃଦ୍ଧି ହୋଇଥାଏ।କଠିନ ପରିଶ୍ରମ କେବେ ବୃଥା ଯାଏନି।ସେଥିପାଇଁ ଛାତ୍ର ଛାତ୍ରୀ ମାନେ ଅଧିକ ଅଧ୍ୟବସାୟ କରିବାଦରକାର।ପିଲା ମାନେ ଯୋଗ୍ୟ ଓ ସୋନାଗରିକ ହେଲେ ବାପା ମା ,ପରିବାର,ନିଜ ଗାଁ ଓ ନିଜ ଅଞ୍ଚଳର ସମ୍ମାନ ବଢିଥାଏ ବୋଲି ଲାୟନ୍ସ କ୍ଲବ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିଥି ମାନେ ଯୋଗଦେଇ ମତବ୍ୟକ୍ତ କରିଥିଲେ।
ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତିରେ ଦେଶ ଅମୃତ ମହୋତ୍ସବ ପାଳନ କରୁଥିବା ଅବସରରେ ୭୬ ତମ ସ୍ବାଧୀନତା ଦିବସରେ ବାଲିଆପାଳ ଲାୟନ୍ସ କ୍ଲବ ପକ୍ଷରୁ ସୁବର୍ଣ୍ଣରେଖା ସରକାରୀ ହସିସ୍କୁଲ ପରିସରରେ ଅନୁଷ୍ଠିତ ମେଧାବୀ ଛାତ୍ର ଛାତ୍ରଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବାଳିଆପାଳ ତହସିଲଦାର ତଥା ବିଡ଼ିଓ ଦାୟିତ୍ୱରେ ଥିବା ଦୀପକ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି ନିଜ ବକ୍ତବ୍ୟରେ କହିଥିଲେ ଯେ ପିଲା ମାନେ ପ୍ରଥମେ ନିଜର ପାଠ ପଢ଼ାକୁ ଗୁରୁତ୍ୱ ଦେବା ଦରକାର।ପରେ ଆଉ ଯାହା କରୁଛ କର।ନିଜର ପିତା ମାତା ଓ ଗୁରୁ ଗୁରୁଜନଙ୍କୁ ଭକ୍ତି କଲେ ଆଶ୍ରିବାଦ ମିଳିଥାଏ ବୋଲି ଶ୍ରୀ ଦାଶ କହିଥିଲେ।
ବାଲିଆପାଳ ଲାୟନ୍ସ କ୍ଲବର ସଭାପତି ଲାୟନ ଅଜୟ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଲାୟନ୍ସ କ୍ଲବର ଜୋନାଲ ଚେୟାର ପର୍ଶନ ଲାୟନ ନବୀନ କୁମାର ପାତ୍ର,ସୁବର୍ଣ୍ଣରେଖା ସରକାରୀ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ଜେନା,ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ଲାୟନ ଝାଡେଶ୍ୱର ପ୍ରଧାନ,କ୍ଲବର ପୂର୍ବତନ ସଭାପତି ଲାୟନ ଭୁବନ ମୋହନ ପିଳା,ପୂର୍ବତନ ସଭାପତି ଲାୟନ ଗୋବିନ୍ଦ ପ୍ରସାଦ ଦାସ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ପିଲାମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ।ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମେଟ୍ରିକ ପରୀକ୍ଷାରେ ବାଲିଆପାଳ ବ୍ଳକର ସର୍ବୋଚ୍ଚ ନମ୍ବର ରଖିଥିବା ପ୍ରଥମ, ଦିତୀୟ ଓ ତୃତୀୟ ସ୍ଥାନରେ ଥିବା ଛାତ୍ର,ଛାତ୍ରୀ ଏବଂ ବ୍ଳକର ୩ଟି କଲେଜ ଯଥା ସୁବର୍ଣ୍ଣରେଖା ମହାବିଦ୍ୟାଳୟ, ଜଗାଇ କୃଷ୍ଣ ଚନ୍ଦ୍ର ପିପିଲି ମହାବିଦ୍ୟାଳୟ ଓ ଲଷ୍ମୀପ୍ରିୟା ମହିଳା ମହାବିଦ୍ୟାଳୟର +୨ର କଳା, ବିଜ୍ଞାନ ଓ ବାଣିଜ୍ୟରେ ନିଜ ନିଜ ମହାବିଦ୍ୟାଳୟରେ ପ୍ରଥମ ସ୍ଥାନରେ ଥିବା ଛାତ୍ର ଛାତ୍ରୀଙ୍କୁ ମାନପତ୍ର,ଓତରୀୟ ଓ ପୁଷ୍ପଗୁଛ ଦେଇ ମୁଖ୍ୟ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା।ଲାୟନ୍ସ କ୍ଲବର ବରିଷ୍ଠ ସଦସ୍ୟ ଅଧ୍ୟାପକ ଡକ୍ଟର ଲାୟନ ସୁଶାନ୍ତ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ କ୍ଲବର ସମ୍ପାଦକ ଲାୟନ ତରୁଣ କୁମାର ମହାପାତ୍ର ଧନ୍ୟବାଦ ଦେଇଥିଲେ।ଲାୟନ ଅନାଦି ଚରଣ ଗିରି,ପୂର୍ବତନ ସଭାପତି ରାଜେନ୍ଦ୍ର ରଣା,ଅନନ୍ତ କୁମାର ରାଉଳ,ବିନୋଦ କୁମାର ଜେନା,ଅଦୈତ୍ୟ କୁମାର ବାଗ,ବ୍ୟୋମକେଶ ସାହୁ,ପୂର୍ନେନ୍ଦୁ ଦାସ,ଜ୍ୟୋତିଶଙ୍କର ଭୂୟାଁ, ଜାମିନିକାନ୍ତ ରାଉତ,ପ୍ରଶାନ୍ତ କୁମାର ସାହୁ ଓ ପ୍ରଦୀପ କୁମାର ଧଳ ପ୍ରମୁଖ ଲାୟନ୍ସ କ୍ଲବର ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Post a Comment