ବାଲେଶ୍ୱର,(ପ୍ରଭାକର ମଲ୍ଲିକ) ନାବାଳିକା ଅପହରଣ ମାମଲା ସମାଧାନ ପାଇଁ ୧୦ଲକ୍ଷ ଦାବୀ କରି ବିଫଳ ହେବାରୁ ବିଚ ରାସ୍ତାରେ ଯୁବକକୁ ଗୋଡେଇ ଗୋଡେଇ ପିଟିଲେ ଝିଅର ପରିବାର ଲୋକ ଓ ତାଙ୍କ ସମର୍ଥକ।ଏଭଳି ଦୃଶ୍ୟ ଆଜି ବାଲିଆପାଳରେ ଆଲୋଡନ ସୃଷ୍ଟି କରିଛି। ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ସୁନାରୁଇ ଗ୍ରାମର ବିଦ୍ୟାଧର ରଣଜିତ ନାମକ ଏକ ଯୁବକ ବାଲିଆପାଳ ବ୍ଲକ ଖଗଡାପାଳ ଗ୍ରାମର ଏକ ନାବାଳିକାକୁ ପ୍ରାୟ ଏକବର୍ଷ ତଳେ ଅପହରଣ କରି ନେଇଥିଲା ବେଳେ ଝିଅ ପରିବାର ଥାନାରେ ଅଭିଯୋଗ କରି ଥିଲେ।ପୋଲିସ ଉକ୍ତ ଯୁବକକୁ ଗିରଫ କରି ଜେଲକୁ ପଠାଇ ଥିଲା।ଯୁବକ ଜଣକ ୯ ମାସ ପରେ ଜେଲରୁ ଜାମିନରେ ଆସିଥିଲା। ଜେଲରୁ ଆସିବା ପରେ ଉକ୍ତ ମାମଲା ସମାଧାନ ପାଇଁ ଝିଅ ପରିବାର ପ୍ରଥମେ ୧୦ଲକ୍ଷ ଟଙ୍କା ଓ ପରେ ୪ଲକ୍ଷ ଟଙ୍କା ଦାବୀ କରିଥିଲେ ।ଉକ୍ତ ଯୁବକ ଏତେ ଟଙ୍କା ଦେଇ ପାରି ନ ଥିଲେ। ମାତ୍ର ଆଜି ଦିନ ୧୧ଟା ସମୟରେ ବାଲିଆପାଳ ବଜାରକୁ ଯୁବକ ଜଣକ କୌଣସି ଏକ କାମରେ ଆସିଥିଲା ବେଳେ ଉକ୍ତ ନାବାଳିକାକୁ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ନାବାଳିକାର ପରିବାର ସଦସ୍ୟ ବୀଚ ରାସ୍ତାରେ ଗୋଡେଇ ଗୋଡେଇ ମରଣାନ୍ତକ ଆକ୍ରମଣ କରିଥିଲେ।ମାଡ଼ ମାରି ଆକ୍ରମଣ କାରିମାନେ ଯୁବକକୁ ଥାନାକୁ ନେଇଯାଇଥିଲେ।
ମାତ୍ର ଯୁବକ ଜଣକ ଅତ୍ୟଧିକ ମାଡ଼ର ଆକ୍ରମଣ ଫଳରେ ଥାନାରେ ଚେତାଶୂନ୍ୟ ହୋଇ ପଡିଯାଇଥିଲେ।ପୋଲିସ ଯୁବକକୁ ହସ୍ପିଟାଲ ପଠାଇବା ସହିତ ଆକ୍ରମଣ କରିଥିବା ନାବାଳିକାର ପରିବାରକୁ ଅଟକ ରଖିଥିଲେ। ଯୁବକ ଜଣକର ଅବସ୍ଥା ଗୁରୁତ୍ୱର ଥିବାରୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ।ମାତ୍ର ବାଲିଆପାଳ ପୋଲିସ ଗୁରୁତ୍ୱର ଯୁବକକୁ ଅଧିକ ଚିକିତ୍ସା ପାଇଁ ନ ପଠାଇ ଥାନାରେ ଅଟକ ରଖିଛନ୍ତି ।ଯୁବର ପରିବାର ପକ୍ଷରୁ ବାଲିଆପାଳ ଥାନାରେ ଏତଲା ଦିଆଯାଇଥିବା ବେଳେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।
Post a Comment