ବନ୍ୟାଞ୍ଚଳ କ୍ଷତିଗ୍ରସ୍ତ ପରିବାରକୁ ସାହାଯ୍ୟର ହାତ ବଢାଇଲେ ବନ୍ଦର କର୍ତ୍ତୃପକ୍ଷ ।ପ୍ରଶାସନକୁ ହଜାରେ ତାରପଲିନ ପ୍ରଦାନ


ବାଲେଶ୍ବର,(ପ୍ରଭାକର ମଲ୍ଲିକ) ଚଳିତ ସୁବର୍ଣ୍ଣରେଖା ବନ୍ୟାରେ କ୍ଷତିଗ୍ରସ୍ତ ହୋଇ ଥିବା ପରିବାରକୁ ସାହାଯ୍ୟର ହାତ ବଢାଇଲେ ସୁବର୍ଣ୍ଣରେଖା ବନ୍ଦର କର୍ତ୍ତୃପକ୍ଷ । କର୍ତ୍ତୃପକ୍ଷ ଆଜି ତହସିଲ ପ୍ରଶାସନକୁ ହଜାରେ ତାରପଲିନ ବଣ୍ଟନ ପାଇଁ ପ୍ରଦାନ କରିଛନ୍ତି । ତହସିଲଦାର ସମସ୍ତ ଆର ଆଇ ଙ୍କ ରିପୋର୍ଟ କୁ ଆଧାର କରି ଏହି ତାରପଲିନ ଗୁଡିକ ବଣ୍ଟନ କରିବେ । ସୁବର୍ଣ୍ଣରେଖ ବନ୍ଦର କର୍ତ୍ତୃପକ୍ଷ ଟାଟା କମ୍ପାନୀର ପ୍ରମୁଖ ପ୍ରମୋଦ କୁମାର ଆଜି ବାଲିଆପାଳ ତହସିଲଦାର ଦୀପକ କୁମାର ଦାସ ଙ୍କୁ ଏକ ହଜାର ତାରପଲିନ କ୍ଷତି ଗ୍ରସ୍ତ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ଦରକାର ପଡିଲେ ଅଧିକରୁ ଅଧିକ ତାରପଲିନ ମଧ୍ୟ ଯୋଗାଇଦେବେ ବୋଲି ବନ୍ଦର କର୍ତ୍ତୃପକ୍ଷ ତହସିଲଦାରଙ୍କୁ କହିଛନ୍ତି।।ସୋସିଆଲ ସାଇନଟିଷ୍ଟ ରଶ୍ମିରଞ୍ଜନ ସେନାପତି ,ନିରୁପମା ସେନାପତି,ଅପୂର୍ବ ବିବେକ ପ୍ରମୁଖ ବନ୍ଦର କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ ।

Post a Comment

Previous Post Next Post