ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ଆୟୋଜିତ ହେଲା କ୍ରୀଡା ପ୍ରତିଯୋଗିତା


ନୂଆପଡା,(ପରମେଶ୍ଵର ମେହେର) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କାପସୀ ମିନିଷ୍ଟାଡିୟମ ରେ ଅନୁଷ୍ଠିତ ହୋଇଯାଇଛି କ୍ରୀଡ଼ା ପ୍ରତିଯୋଗିତା । ଉକ୍ତ ପ୍ରତି ଯୋଗିତାରେ ଅନେକ ଫୁଡବଲ ଦଳର ଖେଳାଡ଼ି ଯୋଗଦାନ କରିଥିଲେ । ପରିଶେଷରେ ଚଟିଆଗୁଡା ଫୁଟବଲ କ୍ଲବ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲେ । ଏହି ଉତ୍ସବରେ ଖଡ଼ିଆଳ ବିଧାୟକ ଆଧିରାଜ ମୋହନ ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଦସ୍ୟା ଆଶା ଯେନ,ଜାତୀୟ ଭାଷ୍ୟକାର ପ୍ରକାଶ ଚନ୍ଦ୍ର ପାତ୍ର, ସିନାପାଲି ବ୍ଲକ ଚ୍ୟାରମେନ ମାଧୁରୀ ମାଝୀ, ଭାଇସ ଚ୍ୟାରମେନ ମିନା ଘିଭେଲା,ମଞ୍ଚାସିନ ହୋଇଥିବାବେଳେ ଅରବିନ୍ଦ ହୋତା,ଏବଂ ମାନସ ପଟେଲ,ଭାଶ୍ୟକର ଭାବରେ ଧାରା ବିବରଣୀ ପ୍ରଦାନ କରିଥିଲେ । ମାଁ ଠାକୁରାଣୀ ଆଜାଦ କ୍ଲବ ଯୁବକସଙ୍ଗ କାପସୀ ପକ୍ଷରୁ ପ୍ରଶାନ୍ତ ଦାସ, ମନୋଜ ଦାସ,ନୀରଞ୍ଜନ କାଣ୍ଡ, ଶେଖରଦାସ,ନବୀନ ନିଆଲ, ଜନ୍ମେ ମାଝୀ,କିଶନ ଲୋହାର,ପ୍ରବୀଣ ପାତ୍ର, ତୁଲାରାମ ନିଆଲ, ଜଗା ସା, ତୁଷାର ମାଝୀ, ଓ ବୈଦ ହଂସ, ପ୍ରମୁଖ ସହଯୋଗ କରିଥିଲେ । ଏହି ଦିବସକୁ ପ୍ରକାଶ ଚନ୍ଦ୍ର ପାତ୍ର ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post