କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ସ୍ଥାନୀୟ ଅଗ୍ରଣୀ ସାରସ୍ବତ ଅନୁଷ୍ଠାନ ନିର୍ଝରିଣୀ ପକ୍ଷରୁ କବି ଅନିଲ ଚନ୍ଦ୍ର ଦାଶଙ୍କ ଅମର ଆତ୍ମାର ସଦଗତି ପାଇଁ ଆଭାସୀ ଜରିଆରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା।ନିର୍ଝରିଣୀର ସମ୍ପାଦକ କବି ବିରଂଚ ନାରାୟଣ ଦାଶଙ୍କ ସଂଜୋଜନାରେ ଓଡ଼ିଶାର ବିଭିନ୍ନ ଜିଲ୍ଲରୁ କବି କବୟିତ୍ରୀ ଯୋଗଦେଇ ଦିବଙ୍ଗତ ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଡ.ଯୁଗଳ କିଶୋର ଷଡଙ୍ଗୀ, ପ୍ରମୋଦ ରାଉଳ,ଜ୍ୟୋତି ପ୍ରସାଦ ଗଡତ୍ୟା,ବୃନ୍ଦାବନ କୁମ୍ଭାର,ସୁଶ୍ରୀ ସଂଯୁକ୍ତା ପରିଛ୍ଛା, ସୁଶ୍ରୀ ସବିତା ଭୋଇ,ହୀରାବତି ସାହୁ,ଗଣେଶ ପ୍ରସାଦ ଜେନା,ବରୁଣ କୁମାର ସାହୁ, ବାସନ୍ତୀ ସାହୁ ଆଦି କବି ଅନିଲ ଦାଶଙ୍କ ବ୍ୟକ୍ତିତ୍ବ, ସାରସ୍ବତ କୃତି ଉପରେ ଆଲୋକପାତ କରିଥିଲେ।ସେ ଜଣେ ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଥିଲେ।ସୁଦୂର କେନ୍ଦ୍ରାପଡା ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ କର୍ମ କ୍ଷେତ୍ର ଭାବେ ଜୟପୁରର ବୈପାରିଗୁଡା ଠାରେ ସପରିବାର ବାସ କରୁଥିଲେ।ସତୁରୀ ଦଶକରୁ ଅଦ୍ୟାବଧି ତାଙ୍କର ଲେଖନୀ ଚାଳନା କରି ପଚାଶରୁ ଉର୍ଦ୍ଧ୍ବ ପୁସ୍ତକ ଲୋକାଦୃତ ହୋଇପାରିଛି।ପରିଶେଷରେ ସୁଶ୍ରୀ ସବିତା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।
କବି ଅନିଲ ଚନ୍ଦ୍ର ଦାଶଙ୍କୁ ଶ୍ରଦ୍ଧାଞ୍ଜଳି
ଆଜତକ ଓଡ଼ିଶା
0
Post a Comment