କଣ୍ଟାମାଳ: (ମନଧରକର୍ମୀ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଶିମୀଲି ପଦର ପଞ୍ଚାୟତ ଅନ୍ତର୍ଗତ ଫଗୁନା ମାଲ୍ ଗ୍ରାମରେ ବର୍ଷା ପାଣି ଗାଁ ଦାଣ୍ଡରେ ଲହଡ଼ି ମାରୁଛି । ଲୋକେ ଘରୁ ବାହାରିଲେ ଅସ୍ୱାସ୍ଥ୍ୟକର ପରିବେଶରେ ଆଣ୍ଠୁଏ ପାଣିରେ ଯିବା ଆସିବା କରିଥାନ୍ତି । ଯାହା ଫଳରେ ବିଭିନ୍ନ ପ୍ରକାର ଜଳବାହିତ ରୋଗ ବ୍ୟାପିବାର ଆଶଂକା ଦେଖା ଦେଇଛି । ଡ୍ରେନ ବ୍ୟବସ୍ଥା ନ ଥିବାରୁ ସାମାନ୍ୟ ବର୍ଷା ହେଲେ ଲୋକେ ଏକ ପ୍ରକାର ଜଳବନ୍ଦୀ ହୋଇ ରହନ୍ତି । ରାସ୍ତା ଖରାପ ଯୋଗୁଁ ପାଣିରେ ଯିବା ଆସିବା ସମୟରେ ଅନେକ ଲୋକ ପଡ଼ି ଆହତ ହେବାର ଦେଖିବାକୁ ମିଳିଛି । ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି ।
ଡ୍ରେନ ବ୍ୟବସ୍ଥା ନ ଥିବାରୁ ଗାଁ ଦାଣ୍ଡରେ ଜମି ରହୁଛି ବର୍ଷା ପାଣି
ଆଜତକ ଓଡ଼ିଶା
0
Post a Comment