ବର୍ଷାରେ ବଡ଼ପରା ଅଙ୍ଗନବାଡି କେନ୍ଦ୍ର ଛାତରୁ ଝରୁଛି ପାଣି


କଣ୍ଟାବାଞ୍ଜି/ସିନ୍ଧେକେଲା: ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଗନ୍ଧର୍ଲା ପଞ୍ଚାୟତର ବଡ଼ପରା ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ଛାତରୁ ପାଣି ଝରୁଥିବାରୁ ଛାତ୍ରଛାତ୍ରୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରାୟ ଚାରିବର୍ଷ ହେବ ଶ୍ରେଣୀ ଗୃହରୁ ଏଭଳି ପାଣି ଝରୁଛି । ହେଲେ ବିଭାଗ ପକ୍ଷରୁ ଏହାର ମରାମତି ଦିଗରେ କୌଣସି ପଦକ୍ଷେପ ନିଆ ଯାଉ ନ ଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପକ୍ଷେ ପାଣି ଝରିବା ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣା ଯାଇଥିଲେ ମଧ୍ଯ କୌଣସି ସୁଫଳ ମିଳୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅଙ୍ଗନବାଡି କେନ୍ଦ୍ର ଛାତରୁ ପାଣି ଝରିବା ଯୋଗୁଁ ଛତ ଦୁର୍ବଳ ହେବା ସହ କେତେ ବେଳେ ଯେ ଅଘଟଣ ନ ଘଟିବ ତାହା କହି ହେବ ନାହିଁ । ଏଣୁ ତୁରନ୍ତ ଉକ୍ତ ଅଙ୍ଗନବାଡି ଗୃହର ମରାମତି କରିବାକୁ ଅଭିଭାବକ ତଥା ଗ୍ରାମବାସୀ ଦାବୀ କରିଛନ୍ତି ।

Post a Comment

Previous Post Next Post