ଜେଇ ଙ୍କ ବିରୁଦ୍ଧରେ ବର୍ଷିଲେ ପଞ୍ଚାୟତ ସରପଞ୍ଚ ଓ ପଞ୍ଚାୟତ ବାସୀ


ବାଲେଶ୍ୱର,(ପ୍ରଭାକର ମଲ୍ଲିକ) ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ସାଉଡି ଗ୍ରାମ ପଞ୍ଚାୟତ ରେ ଦେଖିବାକୁ ମିଳିଛି ପଞ୍ଚାୟତ ଜେଇ ମିହିର ପଣ୍ଡା ଙ୍କ ବିରୁଦ୍ଧରେ ସାଉଡି ଗ୍ରାମ ପଞ୍ଚାୟତ ସରପଞ୍ଚ ଓ ପଞ୍ଚାୟତ ବାସୀ ବାଲିଆପାଳ ବିଡ଼ିଓ ଦୀପକ ଦାସ ଙ୍କୁ ଦାବିପତ୍ର ଦେଇଛନ୍ତି । ସାଉଡି ଗ୍ରାମ ପଞ୍ଚାୟତ ରେ ଗତ ୨୦୧୯-୨୦ ଓ ୨୦୨୦-୨୧ ବର୍ଷ ରେ ସରକାର ଙ୍କ ଜନମଙ୍ଗଳ କାର୍ଯ୍ୟକ୍ରମ ରେ ହୋଇଥିବା ସରକାରୀ କାର୍ଯ୍ୟ କୁ ଜେଇ ପଣ୍ଡା ବାବୁ କୌଣସି କାର୍ଯ୍ୟ ନ କରି ଲକ୍ଷ ଲକ୍ଷ ଟଙ୍କା ର ଆତ୍ମସାତ କରିଥିବା ସାଉଡି ଗ୍ରାମ ପଞ୍ଚାୟତ ତରଫରୁ ଅଭିଯୋଗ ହୋଇଛି । ନରେଗା ରେ ମଧ୍ୟ  ବାରମ୍ବାର ଗୋଟିଏ କାର୍ଯ୍ୟକୁ ଅନ୍ୟ ସ୍ଥାନ ନାମକରଣ କରି ମିଥ୍ୟା ବିଲ କରି ଥିବାର ଅଭିଯୋଗ କରିଛନ୍ତି ।ଏହି କାର୍ଯ୍ୟ ର କ୍ରମିକ ନମ୍ବର ୫,୬,୭,୮,୧୨,୧୬,୨୩,୩୨,୩୪,୩୬,୩୯ ଓ ୧୨୫ କାର୍ଯ୍ୟ ଗୁଡିକରେ  ବାରମ୍ବାର କାର୍ଯ୍ୟକରି ମିଥ୍ୟା ବିଲ କରାଇବା ଓ ପଞ୍ଚାୟତ  କୁ ନ ଯିବା,କାର୍ଯ୍ୟ ଗୁଡିକୁ ଠିକ ଭାବରେ ତଦାରକ ନକରି ବିଲ କରିବାର ରେ ମିହିର ବାବୁ ମାହିର ଅଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏହାର ଯଥେଷ୍ଟ ପ୍ରମାଣ ଜିଲ୍ଲା ସମୀକ୍ଷକ ଙ୍କ ଦ୍ୱାରା ସୋସିଆଲ ଅଡିଟ ରେ ଜଣା ପଡିଛି । ଏହି କାର୍ଯ୍ୟରେ ଆତ୍ମସାତ କରିଥବା ଟଙ୍କା ର ରିକୋଭରି ପାଇଁ ମାନ୍ୟବର ଜିଲ୍ଲାପାଳ ଙ୍କୁ ଅବଗତ କରାଯାଇଛି । ବାଲିଆପାଳ ପଞ୍ଚାୟତ  ସମିତି ପରିସରରେ ଏକ ଜନ ଶୁଣାଣି ରେ ବାଲେଶ୍ୱର PD, DRDA ଙ୍କୁ ମଧ୍ୟ  ଅବଗତ କରାଯାଇଛି । ଜେଇ ମିହିର ବାବୁ ଙ୍କ ଉପରେ ଏତେ ସବୁ ଅଭିଯୋଗ ପରେ ବି ସାଉଡି ଗ୍ରାମ ପଞ୍ଚାୟତ ପାଇଁ କାହାର ଏତେ ପ୍ରେମ ଉଛୁଳି ପଡୁଛି ତାହା ସାଉଡି ପଞ୍ଚାୟତ  ବାସୀ ଜାଣି ପାରୁନାହାନ୍ତି । ଏଥିରୁ ଯାହା ସ୍ପଷ୍ଟ ହେଉଛି ଜେଇ ମିହିର ବାବୁ ସାଉଡି ପଞ୍ଚାୟତ  ବାସୀ କୁ ବହୁତ ଭଲ ପାଆନ୍ତି ନଚେତ ସରକାରୀ କଳ ବଳ ଏହି ପଞ୍ଚାୟତ  ପାଇଁ କାମ କରୁଛି ବା ପୂର୍ବରୁ ଥିବା ବିଜେଡି ସମର୍ଥିତ ସରପଞ୍ଚ ଚଳିତ  ପଞ୍ଚାୟତ ଭୋଟ ରେ ବିଜେପି ସମର୍ଥିତ ସରପଞ୍ଚ ଙ୍କ ଠାରୁ ହାରିଯାଇଥିବା ରୁ ପ୍ରତିଶୋଧ ନେଉଛନ୍ତି ତାହା ଜାଣି ହେଉନାହିଁ । ସମୟ ଆସିଲେ ଜଣାପଡିବ ତେଲିଆ ମଥାରେ ତେଲ ନାଁ ଅନ୍ୟ କିଛି....

Post a Comment

Previous Post Next Post