ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧ ଦ୍ୱାରା ଜିଲ୍ଲା କୋର୍ଟ, ବୌଦ୍ଧ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଉପଲକ୍ଷେ ଏକ ଯୋଗ ଶିକ୍ଷା ଏବଂ ଧ୍ୟାନ ଅଭ୍ୟାସ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହାକୁ ଜିଲ୍ଲା ଓ ଦୌରା ଜଜ ଶ୍ରୀ ବିକ୍ରମ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଏହି ଯୋଗ ଶିବିରରେ ପରିବାର ଅଦାଲତ ବିଚାରପତି, ବୌଦ୍ଧ ଶ୍ରୀ ପ୍ରସନ୍ନ କୁମାର କର୍ଣ୍ଣ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ, ବୌଦ୍ଧ ଶ୍ରୀ ଆନନ୍ଦ ନାରାୟଣ ମହାରଣା, ମୁଖ୍ୟ ଦଣ୍ଡାଧୀସ ଅଧିକାରୀ, ବୌଦ୍ଧ ଶ୍ରୀ ହୃଷିକେଶ ଆଚାର୍ଯ୍ୟ, ରେଜିଷ୍ଟ୍ରର ଦେୱାନୀ ଅଦାଲତ, ବୌଦ୍ଧ ଶ୍ରୀମତୀ ସୁଚିତ୍ରା ପରମଗୁରୁ, ସଚିବ, ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧ ଶ୍ରୀ ଚରଣଜିତ ଓରାମ ଏବଂ ବରିଷ୍ଠ ବୁଦ୍ଧିଜୀବୀ ଶ୍ରୀ ତାରିଣୀ ମହାପାତ୍ର ଆଦି ଉପସ୍ଥିତ ଥିଲେ ଏବଂ ଭାଗ ନେଇଥିଲେ । ଏହି ଯୋଗ ଶିବିରରେ ଯୋଗ ଶିକ୍ଷକ ଶ୍ରୀ ହୃଷିକେଶ ପ୍ରଧାନ ମୁଖ୍ୟ ପ୍ରଶିକ୍ଷକ ଏବଂ ଶ୍ରୀ ଚନ୍ଦ୍ରକାନ୍ତ ନାୟକ ସହାୟକ ଭାବରେ ଯୋଗ ଦେଇଥିଲେ । ଶ୍ରୀ ହୃଷିକେଶ ପ୍ରଧାନ ସମସ୍ତଙ୍କୁ ଯୋଗ ଅଭ୍ୟାସ କରାଇବା ସହ ଆମ ଦୈନନ୍ଦିନ ଜୀବନରେ ଏହାର ମହତ୍ୱ ଉପରେ ବିସ୍ତାର ଭାବରେ ବୁଝାଇଥିଲେ । ଏହାଛଡା ଶାରୀରିକ ଏବଂ ମାନସିକ ସ୍ତରରେ ଯୋଗ ଅଭ୍ୟାସ ଦ୍ୱାରା କିପରି ସୁସ୍ଥ ଏବଂ ସବଳ ରହିପରିବା ତାହା ଉପରେ ମଧ୍ୟ ଆଲୋକପାତ କରିଥିଲେ । ଏଥିରେ କୋର୍ଟର କର୍ମଚାରୀଗଣ ବହୁ ପରିମାଣରେ ଭାଗ ନେଇ ଏହାକୁ ସାଫଲ୍ୟମଣ୍ଡିତ କରିଥିଲେ ।
ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଆଜତକ ଓଡ଼ିଶା
0
Post a Comment