ମନ୍ତ୍ରୀ ଅଶ୍ଵିନୀ ପାତ୍ର ଙ୍କୁ ସମ୍ବଦ୍ଧନା


ବାଲେଶ୍ଵର,(ପ୍ରଭାକର ମଲ୍ଲିକ) ବସ୍ତା ବ୍ଳକ ଅନ୍ତର୍ଗତ ଜାମଶୂଳୀ ଡ଼ାକବଙ୍ଗଳାରେ ଆଜି ପର୍ଯ୍ୟଟନ ସଂସ୍କୃତି ଓ ଅବକାରୀ ବିଭାଗ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର ଙ୍କୁ ବିଜୁ ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି ଉତ୍ସବରେ ବସ୍ତା ବ୍ଳକ ବିଜୁ ଜନତା ଦଳର ସଭାପତି ଅନିଲ କୁମାର ‌ମହାନ୍ତି ସଭାପତିତ୍ବ କରିଥିଲେ । ବିଭିନ୍ନ ପଞ୍ଚାୟତ ରୁ ବହୁ ଦଳିୟ କର୍ମୀ ଏଥିରେ ଯୋଗ ଦେଇଥିଲେ । ସରକାର ଙ୍କ ର ବହୁ ଜନହିତକର କାର୍ଯ୍ୟ କରିବା ସହିତ ସଂଗଠନ କୁ ସୂଦୃଢ କରିବା ପାଇଁ ‌ଉପସ୍ଥିତ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏଥିରେ ପୂର୍ବତନ ସମିତି ସଭ୍ୟ ଭଜହରି ପରିଡ଼ା, ପୂର୍ବତନ ସରପଞ୍ଚ ଅଜୟ ବାଗ, ପୂର୍ବତନ ସରପଞ୍ଚ ନିବେଦିତା ପରିଡ଼ା, ଚିତ୍ତରଞ୍ଜନ ବାଗ,ଗୈରାଙ୍ଗ ବିଶ୍ଵାଳ, ପୂର୍ବତନ ସମିତି ସଭ୍ୟ ଅଦ୍ଵୈତ ପ୍ରଧାନ, ଲକ୍ଷ୍ମୀଧର ପାତ୍ର, ପୂର୍ବତନ ସରପଞ୍ଚ ଶାନ୍ତି ପ୍ରିୟା ମଙ୍ଗଳ,ବିଜୟ ସାମଲ, ସୁଧାଂଶୁ ବିଶ୍ଵାଳ, ସୁଦର୍ଶନ ଜେନା, ଦେବେନ୍ଦ୍ର ଘୋଷ, ହିମାଂଶୁ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ପାଉଁଶ କୁଲି ପଞ୍ଚାୟତରେ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ରବିନ୍ଦ୍ର ମହାନ୍ତି,ଇନ୍ଦୁମାଧବ ମହାନ୍ତି, ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ମନ୍ତ୍ରୀ ଅଶ୍ଵିନୀ ପାତ୍ର ଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ସେହିପରି ଜାମଶୂଳି ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଭଗବାନ ପାତ୍ର ଙ୍କ ଅଧ୍ୟକ୍ଷତାରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ଙ୍କ ଉପସ୍ଥିତି ରେ ମନ୍ତ୍ରୀ ଅଶ୍ଵିନୀ ପାତ୍ର ଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ।

Post a Comment

Previous Post Next Post