ତହସିଲଦାରଙ୍କ ନାଳି ଫିତା ତଲେ ଚାପି ହୋଇଯିବ କିଁ ଅମିତ ଜୈନଙ୍କ ଫାଇଲ

ଦିବ୍ୟାଙ୍ଗ ଅମିତ ଜୈନକୁ ନ୍ୟାୟ ମିଲବ କେବେ ?




କଂଟାବାଞ୍ଜି, (ଆଜତକ୍ ଓଡ଼ିଶା) କଂଟାବାଞ୍ଜି ମେନ ରୋଡ ନିବାସୀ ଦିବ୍ୟାଙ୍ଗ ଅମିତ ଜୈନଙ୍କୁ ନ୍ୟାୟ ମିଲିବ କେବେ ? କଂଟାବାଞ୍ଜି ତହସିଲ ଅଫିସ ପକ୍ଷରୁ ଅମିତ ଜୈନଙ୍କ ନୁଆପଡା ସ୍ଥିତ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ସତରେ ଦିବ୍ୟାଙ୍ଗ ଅମିତ ଜଣେ ଜମି ଜବରଦଖଲ କାରି ଠାରି ନିଜ ଜମି ପାଇ ପରିବେ । କଣ ସତରେ ପ୍ରଶାସନ ନ୍ୟାୟ ଦେବ । ନାଁ ତହସିଲଦାରଙ୍କ ନାଳି ଫିତା ତଳେ ଚାପି ହୋଇଯିବ ଦିବ୍ୟାଙ୍ଗ ଅମିତଙ୍କ ଅବେଦନ ଫାଇଲ । ଏଭଲି ଅନେକ ଚର୍ଚ୍ଚା କଂଟାବାଞ୍ଜି ସହରରେ ଦେଖିବାକୁ ମିଲୁଛି । ଅମିତ ଜୈନଙ୍କ ବାପା କ୍ୟାନ୍ସର ରୋଗରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ବଡ ଭାଇ କ୍ୟାନ୍ସର ରୋଗରେ ବର୍ତମାନ ଆକ୍ରାନ୍ତ । ଅମିତ ଏକ ସଡଖ ଦୁର୍ଘଟଣା ଗୋଟିଏ ଗୋଡ ହରାଇଥିବା ବେଳେ ଗୋଟିଏ ହାତ ମଧ୍ୟ କାମ କରୁନାହିଁ । ଏଭଲି ସ୍ଥିତିରେ ଅମିତଙ୍କ ପରିବାର ଜିନର ହକ ଅଧିକାରି ପାଇଁ ଲଢେଇ କରୁଛନ୍ତି । ବର୍ଷ ବର୍ଷ ଧରି ସ୍ଥାନିୟ ପୋଲିସ, ପ୍ରଶାସନିକ ଅଧିକାରିଙ୍କୁ ନିଜର ଦୁଃଖ ଜଣାଇଥିବା ବେଳେ ଆଜିଯାଏ ତାଙ୍କ ଦୁଃଖ ଦୁର ହୋଇନାହିଁ । ଶେଷରେ ଅମିତ ମହାମହିମ ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ଆବେଦନ କରିଥିଲେ । ଏହି ଖବର ପ୍ରସାରିତ ହେବା ପରେ ପ୍ରଶାସନ ତତ୍ପରତା ଦେଖିବାକୁ ମିଲିଥିଲା । ଯେଉଁ ଜମି ଅମିତଙ୍କ ପରିବାର ତାଙ୍କର ବୋଲି ସେ ଦାବି କରୁଥିବା ବେଳେ ଜଣେ ବାହୁବଲି ଜମି ମାଫିଆ ନିଜର କବଜାରେ ରଖିଛି । ଜମିର କାଗଜ ପତ୍ର ଅମିତଙ୍କ ପାଖରେ ଥିବା ବେଳେ ଜମି ମାଫିଆ ମୋ ପାଖରେ ମଧ୍ୟ କାହଜ ଅଛି କହି କୌଣସି ପ୍ରସାଶନିକ ଅଧିକାରିଙ୍କୁ କାଗଜ ଦେଖାଉନାହିଁ । ତହସିଲ ଅଫିସ ପକ୍ଷରୁ ଏକ ସପ୍ତାହରୁ ଅଧିକ ହେବ ଜମି ମାପ ହୋଇସାରିଥିବା ବେଳେ ଆଜିଯାଏ ଅମିତକୁ ନ୍ୟାୟ ମିଲିନାହିଁ । ପୋଲିସ ଏସଡିପିଓଙ୍କୁ ମଧ୍ୟ ଅମିତଙ୍କ ବଡ ଭାଇ ବାରମ୍ବାର ନିଜ ସମସ୍ୟା କୁ ନେଇ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଏସଡିପିଓ ହୃଶିକେଶ ମେହେର କୁମ୍ଭକର୍ଣ୍ଣ ନିନ୍ଦ୍ରାରେ ଥିବା ତାଙ୍କ କାର୍ଯ୍ୟକଲାପ ରୁ ଜଣାପଡୁଛି । ଆଗକୁ ଦେଖିବାକୁ ବାକି ରହିଲା ଦିବ୍ୟାଙ୍ଗ ଅମିତ ଜୈନଙ୍କ ପରିବାରକୁ ନ୍ୟାୟ ମିଲିବ କେବେ ।

Post a Comment

Previous Post Next Post