କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ବଙ୍ଗୋମୁଣ୍ଡାର ତତ୍କାଳୀନ ବିଡ଼ିଓ , ଶ୍ରୀମତି ସ୍ନିଗ୍ଧରାନି ପ୍ରଧାନଙ୍କୁ ସୂଚନା ଯୋଗାଇ ଦେବାରୁ ୫ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ତଥା ତତ୍କାଳୀନ ଜନ୍ ଶୁଣାଣି ଅଧିକାରୀ ମିତ୍ରଭାନୁ ମେହେରଙ୍କୁ ସୂଚନା ପ୍ରଦାନରେ ଅବହେଳା କରିଥିବାରୁ ରାଜ୍ୟ ସୂଚନା କମିଶନ ୧୫ ହଜାର ଟଙ୍କା ଜରମାନା ରେ ଦଣ୍ଡିତ କରି ଏହା ତାଙ୍କ ଦରମା ବା ପେନସନ ରୁ ଆଦାୟ କରିବାକୁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ବିରିପାଲି ଗ୍ରାମର ସୂଚନା ଅଧିକାରୀ କର୍ମୀ ଶ୍ରୀ ରୁପାଧର ବେହେରା ଗତ ୧୮.୧୧.୨୦୧୬ ଦିନ ବିରିପାଳି ଗ୍ରାମର ଗ୍ରାମ ପଞ୍ଚାୟତ ଅଫିସ୍ ଗୋଦାମ ଘର,ରାଜୀବ ଗାନ୍ଧି ସେଣ୍ଟର୍, ହୋମିଓପାଥି ଚିକିତ୍ସାଲୟ, ପଶୁଚିକିତ୍ସା ହସ୍ପିଟାଲ୍ ଇତ୍ୟାଦିର ଅବସ୍ଥିତି ଏବଂ ଜମିମାଲିକାନା ଉପରେ ସୂଚନା ଅଧିକାର ବଳରେ ବଙ୍ଗୋମୁଣ୍ଡା ଜନ୍ ସୂଚନା ଅଧିକାରିଙ୍କ ଠାରେ ଆବେଦନ କରିଥିଲେ । ତାଙ୍କୁ ଠିକ୍ ସମୟରେ ସୂଚନା ନ ମିଳିବାରୁ ଶ୍ରୀ ରୂପଧର ବେହେରା ପ୍ରଥମ ଅପିଲ ଅଧିକାରୀ ତଥା ବିଡ଼ିଓ ସ୍ନିଗ୍ଧାରାନି ପ୍ରଧାନଙ୍କ ଠାରେ ଅପିଲ କରିଥିଲେ କିନ୍ତୁ କୌଣସି ଫଳ ପ୍ରଦ ନହେବାରୁ ସେ ରାଜ୍ୟ ସୂଚନା କମିଶନଙ୍କ ଠାରେ ଅପିଲ ଫାଇଲ କରିଥିଲେ ।
ମାନ୍ୟବର ସୂଚନା କମିଶନ ତାହାର ବିଚାର କରି ଉପରୋକ୍ତ ଦଣ୍ଡା ଦେଶ ଦେଇଛନ୍ତି ତଥା ଜିଲ୍ଲାପାଳ ସୁନ୍ଦରଗଡ଼ ଓ ବଲାଙ୍ଗିରକୁ ବିହିତ୍ କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ଦେଇଛନ୍ତି । ଏକ ମାସ ମଧ୍ୟରେ ଫାଇନ୍ ଟଙ୍କା ଆଦାୟ କରି ସମସ୍ତ ସୂଚନା ଯୋଗାଇ ଦେବାକୁ ବଙ୍ଗୋମୁଣ୍ଡା ବ୍ଲକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ଆବେଦନକାରୀ ବ୍ୟକ୍ତିଗଭାବେ ମାନ୍ୟବର ରାଜ୍ୟ ସୂଚନା କମିଶନ ଙ୍କ ଠାରେ ହାଜର ନ ହୋଇ ମଧ୍ୟ ତାଙ୍କ ଅଭିଯୋଗ କୁ ବିଚାର କରି ଉଚିତ୍ ଆଦେଶ ଦେଇଥିବାରୁ ଶ୍ରୀ ବେହେରା କମିଶନଙ୍କ ଠାରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।
Post a Comment